ପ୍ରଥମଥର ଲାଗି ଭାରତରେ ଜନ୍ମ ଦିନ ପାଳିବେ ରାହୁଲ

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିନ। ୨୦୦୪ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ  ପ୍ରଥମଥର ରାହୁଲ ଗାନ୍ଧୀ ଭାରତରେ ଜନ୍ମ ଦିନ ପାଳନ କରିବେ ।

ସୂଚନାନୁସାରେ କଂଗ୍ରେସର କର୍ମକର୍ତ୍ତାମାନେ ରାହୁଲଙ୍କ ତୁଗଲକ୍ ରୋଡ ସ୍ଥିତ ବାସଭବନରେ ୪୫ କେଜିର ଏକ କେକ୍ କଟାଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଟ୍ୱି କରି ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ୨୦୦୪ ରୁ ୨୦୧୪ ଯାଏଁ ତାଙ୍କ ଜନ୍ମ ଦିନ ବିଦେଶରେ ପାଳନ କରୁଥିଲେ।