ମିଳିଗଲେ ତୋଗାଡ଼ିଆ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆଙ୍କୁ ବିଳମ୍ବିତ ରାତିରେ ଖୋଜି ପାଇଛି ପୋଲିସ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଅହମଦାବାଦ୍‌ର ସାହିବାଗ୍‌ ଅଞ୍ଚଳର ଚନ୍ଦ୍ରମଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଏହି ଘଟଣାର ତଦନ୍ତ ଚଳାଇଛି। ତୋଗାଡ଼ିଆ ନିଖୋଜ ହେବା ନେଇ ସୋମବାର ଦିନ ତମାମ ହୋ ହୋଲ୍ଲା ପରେ ଶେଷରେ ତାଙ୍କ ସନ୍ଧାନ ମିଳିଯାଇଛି। ରକ୍ତ ଶର୍କରା କମିଯିବାରୁ ସେ ଚେତାଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଆକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ପ୍ରବୀଣ ଭାଇ ତୋଗାଡ଼ିଆ ନିଖୋଜ ହୋଇଯାଇ ଥିବା କହିଥିଲା ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)। ରାଜସ୍ଥାନ ପୋଲିସ୍‌ ଏକ ଘଟଣାରେ ତୋଗାଡ଼ିଆଙ୍କୁ  ଭିଏଚ୍‌ପି ମୁଖ୍ୟ କାର୍ଯ୍ୟାଳୟରୁ ନେଇ ଅଟକ ରଖିଥିଲା ବୋଲି ସଂଗଠନ ଅଭିଯୋଗ କରିଥିଲା। କିନ୍ତୁ ପୋଲିସ୍ ଏହାକୁ ଅସ୍ୱୀକାର କରିଥିଲା।