ରାଷ୍ଟ୍ରପତି ଦୌଡ଼ରେ ମୁଁ ନାହିଁ: ମୋହନ ଭାଗବତ

ନାଗପୁର: ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନାମ ଉଠିବା ପରେ ବିଭନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ଆଜି ଖୋଦ ମୋହନ ଭାଗବତ ମତ ରଖିଛନ୍ତି। କହିଛନ୍ତି ରାଷ୍ଟ୍ରପତି ଦୌଡ଼ରେ ମୁଁ ନାହିଁ। ଆଉ ଏ ପ୍ରସଙ୍ଗରେ ସେ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି। ତାଙ୍କ ନାମକୁ ଯୋଡ଼ି ଗଣମାଧ୍ୟମ ଗୁଡ଼ିକ ଏଣୁତେଣୁ ପ୍ରକାଶ କରୁଥିବା ସେ କହିଛନ୍ତି। ସେଥିରେ କୌଣସି ସତ୍ୟତା ନାହିଁ। ଏପରିକି ତାଙ୍କ ନାମ କେହି ଉଠାଇ ନାହାନ୍ତି ବୋଲି ସେ କହିଛନ୍ତି।  ଯଦି ତାଙ୍କୁ ପ୍ରସ୍ଥାବ ବି ଦିଆଯାଏ ତେବେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ତାଙ୍କର ରାଜନୀତି କରିବାର ନାହିଁ। ସେ ସଂଘ ପରିବାରରେ ରହି ସମାଜ ପାଇଁ କାମ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଆଗାମୀ ଜୁଲାଇ ୨୪ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ସରୁଛି।  ଏନେଇ ସମ୍ଭାବ୍ୟ ତାଲିକା ବଢୁଛି।