ସହିଦଙ୍କ ପାଇଁ ରାଷ୍ଟ୍ରପତିଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଗରୁଡ଼ କମାଣ୍ଡର ଜେପି ନିରାଲାଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବୁକ ହୋଇଯାଇଥିଲେ। ସହିଦ ନିରାଲାଙ୍କ ମାଆ ଏବଂ ପତ୍ନୀଙ୍କୁ ଯେତେବେଳେ ସମ୍ମାନ ନେବାକୁ ମଞ୍ଚକୁ ଆସିବାକୁ ଆମନ୍ତ୍ରଣ କରାଗଲା କୋବିନ୍ଦଙ୍କ ଭାବୁକ ହୋଇଯାଇଥିଲେ।

presidentସହିଦ ନିରାଲାଙ୍କ ମାଆ ଏବଂ ପତ୍ନୀ ମଞ୍ଚକୁ ଆସି ରାଷ୍ଟ୍ରପତିଙ୍କ ପାଖରୁ ସର୍ବଶ୍ରେଷ୍ଠ ସୈନ୍ୟ ପୁରସ୍କାର ‘ଅଶୋକ ଚକ୍ର’ ଗ୍ରହଣ କରିଥିଲେ। ସେମାନଙ୍କୁ ସମ୍ମାନିତ କରିବା ପରେ କୋବିନ୍ଦ ନିଜ ଆସନରେ ବସିଥିଲେ। ଏହି ସମୟରେ ତାଙ୍କ ଆଖିରୁ ଲୁହ ଗଡୁଥିବା ଦେଖିବାକୁ ମିଳିଥିଲା। ରୁମାଲ ବାହାର କରି ରାଷ୍ଟ୍ରପତି ତାଙ୍କ ଲୁହ ପୋଛିଥିଲେ।