ଦିଲ୍ଲୀ-ବେଜିଂ ସୁସମ୍ପର୍କ ପାଇଁ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଉଦ୍ୟମ: ୨୪ ଘଣ୍ଟାରେ ୬ ଥର ସାକ୍ଷାତ

ଦିଲ୍ଲୀ ଓ ବେଜିଂ ମଧ୍ୟରେ ମତାନ୍ତର ଦୂର କରିବାକୁ ଚୀନର ବୁହାନ ସହରରେ ପ୍ରଧାନମନ୍ତ୍ରୀ ମୋଦି। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ଅନୌପଚାରିକ ହୋଇଥିଲେ ମଧ୍ୟ ଏହାକୁ ଅଧିକ ଗୁରୁତ୍ୱର ସହ ଦେଖାଯାଉଛି। ଡୋକଲାମକୁ ନେଇ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହି ଶିଖର ସମ୍ମିଳନୀ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ।

ପ୍ରଥମେ ହୁବେ ସ୍ଥିତ ମ୍ୟୁଜିୟମରେ ପାରମ୍ପରିକ ରୀତିନୀତିରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଇଷ୍ଟଲେକ ଗେଷ୍ଟ ହାଉସରେ ଆଲୋଚନା କରିଥିଲେ। ଡୋକଲାମ ବିବାଦ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିବା ପରେ ଉଭୟ ରାଷ୍ଟ୍ରର ସମ୍ପର୍କରେ ତିକ୍ତତା ଆସିଛି। ଏହି ଅଚଳାବସ୍ଥା ଦୂର କରିବାକୁ ବୁହାନରେ ଏହି ଦ୍ୱିପାକ୍ଷିକ ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍କ ମଧ୍ୟରେ ହୋଇଥିବା ଏହି  ଆଲୋଚନା ଉପରେ ସାରା ବିଶ୍ୱର ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ନଜର ରହିଛି।  ବୁହାନରେ ହେବାକୁ ଥିବା ଆଲୋଚନାରେ କୌଣସି ସାମୟିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ନାହିଁ। ଏହା ପରେ ମଧ୍ୟ ଦୁଇ ନେତା ଆଲୋଚନାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

ଭାରତ ସହ ଚୀନର ସମ୍ପର୍କ ସୁଧାରର ମୁଖ୍ୟ କାରଣ ରହିଛି, ଆମେରିକା-ଚୀନ ସମ୍ପର୍କରେ ମତପାର୍ଥକ୍ୟ ସୃଷ୍ଟି ଆମେରିକା ଓ ଚୀନ ସମ୍ପର୍କ ଅର୍ଥନୈତିକ ଅବରୋଧ ଆଡକୁ ଗତି କରୁଛି। ଏଭଳି ସ୍ଥିତିରେ ପଡୋଶୀ ଭାରତ ସହ ସୁସମ୍ପର୍କ ଚାହୁଛି ଚୀନ୍। ଆମେରିକା ସହ ବ୍ୟାବସାୟିକ କାରବାର ହାର କମ କରିବା ଚୀନର ପ୍ରଥମ ପ୍ରାଥମିକତା ରହିଛ। ଚୀନ, ନେପାଳ ଏବଂ ଭାରତ ଦେଇ ଏକ ଅର୍ଥନୈତିକ କରିଡର ପ୍ରସ୍ତୁତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ଉଭୟ ରାଷ୍ଟ୍ରମୁଖ୍ୟ ଦୁଇ ଦେଶର ଭବିଷ୍ୟତ ସମ୍ପର୍କ ନେଇ କାର୍ଯ୍ୟପନ୍ଥା ଘୋଷଣା କରିପାରନ୍ତି। ଯେଉଁଥିରେ ଉଭୟ ଦେଶର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଦୁଇ ରାଷ୍ଟ୍ରମୁଖ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଚୀନ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଉଭୟ ରାଷ୍ଟ୍ରନେତା ୬ ଥର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।