କଏଦୀଙ୍କୁ ଦିଆଯିବ ଟାବ୍‌ଲେଟ୍‌

ନ୍ୟୁୟର୍କ: ଆମେରିକାର ଇଣ୍ଡିଆନା ପ୍ରଦେଶରେ କଏଦୀମାନଙ୍କୁ ଟାବ୍‌ଲେଟ୍ ଦିଆଯିବ। ବ୍ୟକ୍ତିଗତ ବ୍ୟବହାର ପାଇଁ ସେମାନଙ୍କୁ ମାଗଣାରେ ଟାବ୍‌ଲେଟ୍ ଦିଆଯିବ। ନିକଟରେ ଇଣ୍ଡିଆନ୍ ଡିପାର୍ଟମେଣ୍ଟ୍ ଅଫ୍ କରେକ୍ସନ୍‌ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପାଖାପାଖି ୨୬,୦୦୦ କଏଦୀଙ୍କୁ ଟାବ୍‌ଲେଟ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ସେମାନେ ନିଜ ପରିବାର ସହିତ ଯୋଡ଼ି ହୋଇ ରହିପାରିବେ। ସବୁଠୁ ବଡ଼ କଥା ହେଲା ଏହା ଦ୍ୱାରା ସେମାନଙ୍କ ଶିକ୍ଷାରେ ଉନ୍ନତି ଆସିବ। ଶିକ୍ଷାରେ ଉନ୍ନତି ଆସିଲେ ସେମାନେ ଆଉ ବାରମ୍ବାର ଅପରାଧ ଘଟାଇ ଜେଲ୍ ଆସିବେ ନାହିଁ। କଏଦୀମାନେ ଏଣ୍ଟରଟେନ୍‌ମେଣ୍ଟ୍ ପାଇଁ ମଧ୍ୟ ଟାବ୍‌ଲେଟ୍‌ ଗୁଡ଼ିକୁ ବ୍ୟବହାର କରିପାରିବେ। ସେମାନେ ଏଥିରେ ଗୀତ ଶୁଣିପାରିବେ ଓ ଫିଲ୍ମ ମଧ୍ୟ ଦେଖିପାରିବେ।