ରବିନ୍ଦ୍ରନାଥ ଟାଗୋରଙ୍କ ଲଭ୍ ଷ୍ଟୋରୀ ବନାଇବେ ପ୍ରିୟଙ୍କା ଚୋପ୍ରା

ବଲିଉଡ ହେଉ କି ହଲିଉଡ ସବୁଥିରେ ନିଜ ଜଲଓ୍ୱା ଦେଖାଇ ସାରିଛନ୍ତି ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା। କେବଳ ସେତିକି ନୁହେଁ ସଙ୍ଗୀତରେ ମଧ୍ୟ ବେଶ ଲୋକପ୍ରିୟତା ପାଇଛନ୍ତିା ଏହାସହ ଫିଲ୍ମ ନିର୍ମାଣରେ ତାଙ୍କ ପାରଦର୍ଶୀତା ଦେଖାଇ ସାରିଛନ୍ତି। ପ୍ରିୟଙ୍କା ବହୁତ ଶୀଘ୍ର ନୋବୋଲ ପୁରସ୍କାର ପ୍ରାପ୍ତ ମହାନ ଲେଖକ ଓ କବି ରବିନ୍ଦ୍ର ନାଥ ଟାଗୋରଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ ବନାଇବାକୁ ଯାଉଛନ୍ତି। ଜାତୀୟ ପୁରସ୍କାର ବିଜେତା ଅଜ୍ୱଲ ଚାଟାର୍ଜୀ ଏହି ଫିଲ୍ମର ନିଦ୍ଦେର୍ଶନା ଦେଉଥିବା ବେଳେ ଫିଲ୍ମଟିର କାହାଣୀ ଶାଗରିକା ଚାଟାର୍ଜି ଲେଖିଛନ୍ତିା

ଫିଲ୍ମର କାହାଣୀ କ’ଣ

ଫିଲ୍ମରେ ରବିନ୍ଦ୍ରନାଥ ଟାଗୋରଙ୍କ ଜୀବନୀ ଦର୍ଶାଯିବନାହିଁ। ଏଥିରେ କେବଳ ତାଙ୍କ ଜୀବନ ଆରମ୍ଭର କିଛି ଅଂଶ ଦର୍ଶାଯିବ। ୧୮୭୮ ମସିହାରେ ଟାଗୋର ଯେତେବେଳେ ୧୭ ବର୍ଷର ହୋଇଥିଲେ ସେତେବେଳେ ସେ ତାଙ୍କ ଗୁରୁ ଡାକ୍ତର ଆତ୍ମାରାମ ପାଣ୍ଡୁରଙ୍ଗ ତୁରଖୁଦଙ୍କ ଘରେ ରହୁଥିଲେ ଓ ସେହି ସମୟରେ ସେ ଆତ୍ମାରାମଙ୍କ ଝିଅକୁ ପ୍ରେମ କରି ବସିଥିଲେ। ଅର୍ଣ୍ଣପୁର୍ଣ୍ଣା ଇଂଲଣ୍ଡରୁ ପାଠପଢା ଶାରୀ ଫେରିଥିଲୋ ସେ ଇଂରାଜୀରେ ଅନକେ ପ୍ରବୀଣା ଥିଲୋ ତେଣୁ ଟାଗୋର ତାଙ୍କଠାରୁ ଇଂରାଜୀ ଶିକ୍ଷା କରିବା ଅରିମ୍ଭ କରିଦେଇଥିଲୋ ଏହି ସମୟରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲୋ ଅର୍ଣ୍ଣପୂର୍ଣ୍ଣାଙ୍କ କହିବା ଅନୁସାରେ ଟାଗୋର ତାଙ୍କର ନାମ ‘ନଳୀନୀ’ ଦେଇଥିଲୋ ଏମିତିକି ଟାଗୋର ତାଙ୍କ ପାଇଁ କବିତା ମଧ୍ୟ ଲେଖିଥିଲେ। ଯାହା ପରବର୍ତୀ ସମୟରେ ଏକ ସଙ୍ଗୀତରେ ପରିଣତ ହୋଇଗଲା। ହେଲେ ଏହି ପ୍ରେମ କାହାଣୀ ଥିଲା ଖୁବ କମ‌ ଦିନର। ୨ବର୍ଷ ପରେ ଅର୍ଣ୍ଣପୂର୍ଣ୍ଣାଙ୍କ ବିବାହ ଅନ୍ୟ ଜଣଙ୍କ ସହ ହୋଇଯାଇଥିଲା। କାରଣ ଅର୍ଣ୍ଣପୂର୍ଣ୍ଣାଙ୍କ ପିତା ଟାଗୋରଙ୍କୁ ପସନ୍ଦ କରୁ ନ ଥିଲୋ ଏହି ସୁନ୍ଦର ଲଭଷ୍ଟୋରୀକୁ ପ୍ରଡ୍ୟୁସ କରିବେ ପ୍ରିୟଙ୍କା।

ପ୍ରିୟଙ୍କାଙ୍କ ନିର୍ମିତ ଅନ୍ୟ ଫିଲ୍ମ

ଦେଶୀ ଗର୍ଲ ପ୍ରିୟଙ୍କା ଫିଲ୍ମ ନିର୍ମାତା ଭାବେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ସେଥିମଧ୍ୟରୁ ଭୋଜପୁରୀରେ ‘ବମ ବମ ବୋଲ ରାହା ହେ କାଶୀ’, ମରାଠୀରେ ‘ବେଂଟିଲେଟର’, ପଞ୍ଜାବୀରେ ‘ସରବନ’ ଓ ସିକିମରେ ‘ପହୁନା’ ଏବଂ ଗୋବନରେ ‘ଲିଟିଲ‌ ଜୋ’ ବନାଇଛନ୍ତିା ତେବେ ଟାଗୋରଙ୍କ ଉପରେ ଆଧାରିତ ଏହି ବଙ୍ଗାଳୀ ଫିଲ୍ମଟି କ’ଣ ଯାଦୁ କରିବ ତାହା ଦେଖିବାକୁ ବାକି ରହିଛିା