ପ୍ରିୟଙ୍କାଙ୍କ ଠାରୁ ଅଧିକ ସୁନ୍ଦର ସ୍ମୃତି ଇରାନୀ: ବିନୟ କଟିଆର

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ସୁନ୍ଦର, ହେଲେ ତାଙ୍କ ଠାରୁ ଅଧିକ ସୁନ୍ଦର ହେଉଛନ୍ତି କେନ୍ଦ୍ର ବିଜେପି ମନ୍ତ୍ରୀ ସ୍ମୃତି ଇରାନୀ। ଏମିତି ଆଶ୍ଚର୍ଯ୍ୟଜନକ ମତ ଦେଇଛନ୍ତି ବରିଷ୍ଠ ବିଜେପି ନେତା ବିନୟ କଟିଆର୍‌।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି, “ପ୍ରିୟଙ୍କା ଗାନ୍ଧୀ ବହୁତ ସୁନ୍ଦର। କଂଗ୍ରେସ ପାଇଁ ସେ ପ୍ରଚାର କଲେ ଭଲ ହେବ। ହେଲେ ତାଙ୍କଠାରୁ ଅଧିକ ସୁନ୍ଦର ମହିଳା ବିଜେପିରେ ଅଛନ୍ତି, ଯାହାଙ୍କୁ ପ୍ରଚାରରେ ଆମେ ଲଗାଇବୁ। ପ୍ରିୟଙ୍କାଙ୍କୁ ଯେତିକି ସୁନ୍ଦର କୁହାଯାଉଛି ସେ ସେତେ ସୁନ୍ଦର ନୁହନ୍ତି। ବିଜେପିରେ ସ୍ମୃତି ଇରାନୀ ଅଛନ୍ତି। ସ୍ମୃତି ଯେଉଁ ସ୍ଥାନକୁ ଯାଆନ୍ତି ସେଠି ଭିଡ଼ ଜମିଯାଏ। ପ୍ରିୟଙ୍କାଙ୍କ ଠାରୁ ସ୍ମୃତି ବହୁତ ଭଲ ଭାଷଣ ଦିଅନ୍ତି।

ସେ ଆହୁରି କହିଛନ୍ତି,“ବିଜେପିର ନିର୍ବାଚନ ପ୍ରଚାର ପାଇଁ ସୁନ୍ଦର ଝିଅଙ୍କ ଅଭାବ ନାହିଁ। ସେମାନେ ପାର୍ଟି ପାଇଁ ଭଲ ଭାଷଣ ମଧ୍ୟ ଦେଇପାରିବେ।”

ବିନୟ କଟିଆର୍‌ଙ୍କ ଏପରି ମତରେ ପ୍ରିୟଙ୍କା କହିଛନ୍ତି,’“କଟିଆରଙ୍କ ଏପରି ମନ୍ତବ୍ୟ ପ୍ରମାଣ କରୁଛି ବିଜେପିର ମାନସିକତା କିପରି।”