ଏହି ସହରରେ ଆଇପିଏଲକୁ ବିରୋଧ: ମ୍ୟାଚ୍‌ ବୟକଟ୍ ପାଇଁ ଦର୍ଶକଙ୍କୁ ନିବେଦନ କଲେ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍ ମ୍ୟାଚକୁ ବୟକଟ୍ ପାଇଁ ନିବେଦନ କରିଛନ୍ତି ତାମିଲନାଡ଼ୁ AMMK ନେତା ଟିଟିଭି ଦିନକରଣ। ରାଜ୍ୟରେ କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନ ଦାବିକୁ ନେଇ ଏପରି କରିବାକୁ କହିଛନ୍ତି ଦିନକରଣ। କାବେରୀକୁ ନେଇ ରାଜ୍ୟର ଚାଷୀ ଏବଂ ମଧ୍ୟବିତ୍ତ ପରିବାର ହନ୍ତସନ୍ତ ହେଉଛନ୍ତି। ତେଣୁ ବୋର୍ଡ ଗଠନ ନହେବା ଯାଏ ଆଇପିଏଲକୁ ବୟକଟ କରିବା ପାଇଁ ନିବେଦନ କରିଛନ୍ତି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ମେ ୨୦ ତାରିଖ ମଧ୍ୟରେ ଚେନ୍ନାଇରେ ୭ଟି ଆଇପିଏଲ ମ୍ୟାଚ୍ ଖେଳାଯିବ। ବିରୋଧ ଏବଂ ଆନ୍ଦୋଳନ ମଧ୍ୟରେ ଆଇପିଏଲ ଆୟୋଜନ ହେଉଥିବାରୁ ଏହାକୁ ସମାଲୋଚନା କରିଛନ୍ତି ଦିନକରଣ।