ପଠାନକୋଟ ଆକ୍ରମଣ ଘଟଣା: ସାଲୱିନ୍ଦର ସିଂଙ୍କ ଘର ସହ ୬ ସ୍ଥାନରେ ଏନଆଇଏର ଚଢାଉ

ଅମୃତସର: ପଠାନକୋଟ ଆକ୍ରମଣ ଘଟଣାରେ ସନ୍ଦେହ ଘେରରେ ଥିବା ଗୁରୁଦାସପୁରର ପୂର୍ବତନ ଏସପି ସାଲୱିନ୍ଦର ସିଂହଙ୍କ ଘର ସମେତ ୬ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛନ୍ତି। ଏହାସହ ତାଙ୍କ ରୋଷେୟା ମଦନ ଗୋପାଳ ଓ ସାଙ୍ଗ ରାଜେଶ ବର୍ମାଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଛି। ଏହାସହ ୬ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି।

ଏନଆଇଏ ଟିମ୍ ଆଜି ସକାଳ ୯ଟା ବେଳେ ଅମୃତସରରେ ସାଲୱିନ୍ଦରଙ୍କ ଘରେ ପହଞ୍ଚି ତଲାସୀ କରିବା ସହ ଅନ୍ୟ ଏକ ସ୍ଥାନରେ ମଧ୍ୟ ଯାଞ୍ଚ କରିଥିଲେ। ଏହାପରେ ଗୁରୁଦାସପୁରରେ ୪ଟି ସ୍ଥାନରେ ଚଢାଉ କରାଯାଇଥିଲା।

ପଠାନକୋଟ ଆକ୍ରମଣରେ ସାଲୱିନ୍ଦର ସିଂହଙ୍କ ଭୂମିକାକୁ ନେଇ ଏନଆଇଏ ଯାଞ୍ଚ କରୁଛି। ବୁଧବାର ଦିଲ୍ଲୀର ସିଏଫଏସଏସ ଲ୍ୟାବରେ ସାଲୱିନ୍ଦରଙ୍କ ଲାଇଡିଟେକ୍ସନ ଟେଷ୍ଟ କରାଯାଇଥିଲା।