ପୂର୍ବ ସେନା କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଉପହାର: ଲାଗୁ ହେବ ଓଆରଓପି ଯୋଜନା

ନୂଆଦିଲ୍ଲୀ: ଦୀପାବଳି ଅବସରରେ କେନ୍ଦ୍ର ସରକାର ପୂର୍ବତନ ସେନା କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଦୀର୍ଘଦିନ ହେବ ୱାନ ରାଙ୍କ ୱାନ୍ ପେନସନ୍(ଓଆରଓପି) ପାଇଁ ଦାବି ଚଳାଇଥିବା ସେନା କର୍ମଚାରୀ ଓ ସରକାରଙ୍କ ସହ ସହମତି ହେବା ପରେ ଚଳିତ ଦୀପାବଳିଠାରୁ ଏହାକୁ ଲାଗୁ କରାଯିବ।ଓଆରଓପି ଲାଗୁ ନେଇ ସମସ୍ତ କାଗଜପତ୍ର କାମ ଶେଷ ହୋଇଛି। ବିହାର ନିର୍ବାଚନ ଚାଲିଥିବାର ଆଚରଣ ସହିଂତା ଲାଗୁ ହୋଇଛି। ଆଚରଣ ସଂହିତା ଶେଷ ହେବା ପରେ ଓଆରଓପି ଯୋଜନା କାର୍ଯ୍ୟକାରୀ ଲାଗି ଘୋଷଣା କରାଯିବ। ସରକାର ଦୀପାବଳି ପୂର୍ବରୁ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଯୋଜନା ଚଳାଇଛନ୍ତି।
ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ୫ ସେପ୍ଟେମ୍ୱରରେ ସେନା କର୍ମଚାରୀମାନେ ଚଳାଇଥିବା ୱାନ ରାଙ୍କ ୱାନ୍ ପେନସନ୍ ଦାବିକୁ ପୂରଣ କରିବାକୁ କହିଥିଲେ।