ପଞ୍ଜାବରେ ସବୁ ବୁଥ୍‌ରେ ଗୁଇନ୍ଦା କ୍ୟାମେରା ଲଗାଇବ ଆପ୍

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଭୋଟ୍ ଗ୍ରହଣ ବେଳେ ଯଦି କୌଣସି ଗଡ଼ବଡ଼ ହୁଏ ତାହାକୁ ଧରିବା ପାଇଁ ସବୁ ବୁଥ୍‌ରେ ଗୁଇନ୍ଦା କ୍ୟାମେରା ଲଗାଇବ ଆମ୍ ଆଦ୍‌ମୀ ପାର୍ଟି। ସେଥିପାଇଁ ଦଳ ୧୪,୨୦୦ଟି ଗୁଇନ୍ଦା କ୍ୟାମେରା ଭଡ଼ାରେ ନେଇ ସାରିଛି। ଆସନ୍ତାକାଲିଠାରୁ କ୍ୟାମେରାଗୁଡ଼ିକୁ ଲଗାଯିବ। କ୍ୟାମେରା ସହିତ ଦଳୀୟ କର୍ମକର୍ତ୍ତା ବି ବୁଥ୍‌ ଉପରେ କଡ଼ା ନଜର ରଖିବେ। ଏଥିପାଇଁ ୧୬,୦୦୦ କର୍ମୀଙ୍କୁ ଦଳ ପ୍ରଶିକ୍ଷଣ ଦେଇଛି।

ପଞ୍ଜାବ ଭଳି ଗୋଆରେ ମଧ୍ୟ ଆପ୍ ୧୦୦୦ଟି କ୍ୟାମେରା ଭଡ଼ାରେ ନେଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ଆପ୍ ଏଭଳି କ୍ୟାମେରାର ବ୍ୟବହାର କରିଥିଲା।