ରାଗିଗଲେ ହାଇକୋର୍ଟ : କହିଲେ ଭୋଟ ବ୍ୟାଙ୍କ ପାଇଁ ବାବାଙ୍କ ପାଖରେ ହରିୟାଣା ସରକାର ଆତ୍ମସମର୍ପଣ କରିଛନ୍ତି

ଚଣ୍ଡିଗଡ଼,(ଓଡ଼ିଶା ରିପୋର୍ଟର): ହରିୟଣାରେ ହିଂସା ପରେ ରାଜ୍ୟ ସରକକାର ତଥା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ  କଡ଼ା ସମାଲୋଚନା କରିଛନ୍ତି ପଞ୍ଜବ-ହରିୟାଣା ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ରାଜ୍ୟ ସରକାର  ଡେରା ସଚ୍ଚା ସାଧୁଙ୍କ ନିକଟରେ  ଆତ୍ମସପର୍ପଣ କରିଦେଇଛନ୍ତି। ଏକ ଜନସ୍ୱାର୍ଥ୍ୟ ମାମଲାର ଶୁଣାଣି କରି  କୋର୍ଟ  ସରକାରଙ୍କୁ କଡ଼ା ଭାଷାରେ ଭର୍ସନା କରିଛନ୍ତି।

କହିଛନ୍ତି  ଭୋଟ ବ୍ୟାଙ୍କ ଉଦ୍ଦେଶ୍ୟରେ ସରକାର ଡେରା ସଚ୍ଚା ଗୁଣ୍ଡାଙ୍କ ପାଖରେ ନିଜକୁ ଆତ୍ମସମର୍ପଣ  କରିଦେଇଛନ୍ତି।  ଫଳରେ ରାମ ରହିମଙ୍କ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା, ପୋଡାଜଳା କରିବା ସହ ହିଂସାକାଣ୍ଡ ଘଟାଇଲେ। ‌ଅନ୍ୟପଟେ ଏହି ମାଲାରେ ଜଡ଼ିତ ଥିବା ରାମ ରହିମଙ୍କ ୫୨୪ଜଣ ସମର୍ଥକଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ଏକେ-୪୭, ମାଉଜର, ୨ଟି ରାଇଫଲ ଓ ପିସ୍ତଲ ଜବତ କରାଯାଇଥିବା କୁହାଯାଇଛି। ଅଦ୍ୟାବଧି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୨ଜଣ ପ୍ରାଣ ହରାଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି।