ପୁରୁଣା ମିସାଇଲକୁ ଅଧିକ ଶକ୍ତିଶାଳୀ କରୁଛି ଚୀନ, ଚିନ୍ତାରେ ଆମେରିକା

ନ୍ୟୁୟର୍କ: ଚୀନ ତା’ର କିଛି ବାଲାଷ୍ଟିକ୍ ମିସାଇଲ୍ ଗୁଡ଼ିକର କ୍ଷମତା ବଢ଼ାଉଛି। ଚୀନ ରାଷ୍ଟ୍ରପତି ଶି ଜିଙ୍ଗ୍ ପିଙ୍ଗଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଉଛି। ଚୀନ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ଏହି ମିସାଇଲଗୁଡ଼ିକୁ ପୁଣି ଥରେ ପ୍ରସ୍ତୁତ କରିବା ଦିଗରେ ଏଭଳି ଏକ ସମୟରେ ପଦକ୍ଷେପ ନିଆଯାଉଛି ଯେତେବେଳେ କି ଦକ୍ଷିଣ ଚୀନ ସାଗରରେ ବିବାଦୀୟ ଦୀପରେ ଏହାର ସେନା ବିମାନବନ୍ଦର ତିଆରି କରୁଛି। କିଛି ବର୍ଷ ଧରି ମିସାଇଲ ପ୍ରସ୍ତୁତି କାର୍ଯ୍ୟକୁ ବନ୍ଦ ରଖିବା ପରେ ପୁଣି ଥରେ ଆରମ୍ଭ କରିବାକୁ ପଦକ୍ଷେପ ନେଉଛି। ଆମେରିକାର ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଛି। ଚୀନର ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଆମେରିକାର ଅଧିକାରୀମାନେ। ଏଭଳି ସ୍ଥିତିରେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମିସାଇଲ ରକ୍ଷା ପ୍ରଣାଳୀ ମୁତୟନ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ଚାପ ବଢ଼ିଯାଇଛି।