ଦୁଷ୍କର୍ମ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଲେ ରାବ୍ରି ଦେବୀ

ପାଟନା: ଲାଲୁ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ୨୦୧୬ ମସିହାରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ଥିବା ନେତା ରାଜବଲ୍ଲଭ ଯାଦବଙ୍କ ସପକ୍ଷରେ ବାହାରିଛନ୍ତି। ଏଥିସହ ନୱାଦା ଆସନରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପତ୍ନୀ ଭିବା ଦେବୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ।
ରାଜବଲ୍ଲଭ ଯାଦବ ନିର୍ଦ୍ଦୋଷ, ଯାଦବ ପରିବାରକୁ ବଦନାମ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଛି ବୋଲି ରା଼ବ୍ରି ଦେବୀ ପ୍ରଚାର ବେଳେ ଭୋଟରଙ୍କୁ କହିଛନ୍ତି।ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ପାଟନା ହାଇକୋର୍ଟ ରାଜଵଲ୍ଲଭ ଯାଦବ ଏବଂ ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ବିହାର ସରିଫରେ ଫେବୃଆରୀ ୬, ୨୦୧୬ରେ ନାବାଳିକାକୁ ତାର ଜନ୍ମଦିନ ଭୋଜିରୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ଅଛନ୍ତି। ପୀଡି଼ତାର ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା। ଯେଉଁଥିରେ ସେ ପକସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି। ଫେବୃଆରୀ ୧୪, ୨୦୧୬ରେ ଆରଜେଡ଼ି ରାଜବଲ୍ଲଭଙ୍କୁ ଦଳରୁ ବହିଷ୍କୃତ କରିଥିଲା। ନଭେମ୍ବର ୨୪, ୨୦୧୬ରେ ସୁପ୍ରିମକୋର୍ଟ ଜାମିନ ନାମଞ୍ଜୁର କରିବା ପରେ ଜେଲରେ ଅଛନ୍ତି ରାଜବଲଵ୍ଲଭ।