ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାଧେ ମା’ଙ୍କ ନାଚ

ନୂଆଦିଲ୍ଲୀ: ନିଜକୁ ଦେବୀର ଅବତାର ମାନୁଥିବା ରାଧେ ମା’ଙ୍କର ଏକ ନୂଆ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଲୋକେ ଏହାର ଖୁବ୍ ମଜା ଉଡ଼ାଉଛନ୍ତି। ଭିଡିଓରେ ରାଧେମା’ ଏକ ବାହାଘରରେ ନାଚୁଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏ ଦୃଶ୍ୟ ହେଉଛି ଜୟପୁରର ଏମ୍ଏମ୍ ମିଠାଇବାଲାର ମାଲିକ ମନମୋହନ ଗୁପ୍ତାଙ୍କ ନାତୁଣୀର ବାହାଘରର।

ଭିଡିଓରେ ରାଧେମାଁ ଷ୍ଟେଜରେ ବସିଥିବାର ଦେଖିବାକୁ ମିଳୁଛି। ସେ ଏକ ଲାଲ୍‌ ରଙ୍ଗର ଗାଉନ୍ ସହ ଅନେକ ସୁନା ଗହଣା ପିନ୍ଧିଛନ୍ତି। ଯେମିତି ଗୀତ ବାଜିବା ଆରମ୍ଭ ହେଉଛି ରାଧେ ମା ନାଚୁଛନ୍ତି। ତାଙ୍କ ନାଚ ଦେଖି ଭକ୍ତମାନେ ମଧ୍ୟ ଝୁମି ଉଠିଥିଲେ। କିଛି ଲୋକ ହାତ ଯୋଡ଼ି ବସିଥିବାର ଦେଖାଯାଉଛି। ପ୍ରଥମେ ଏହି ଭିଡିଓଟି ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିଲା। ପରେ ଏହା ଭାଇରାଲ ହେବାକୁ ଲାଗିଲା। ଭିଡିଓରେ ଦେଖନ୍ତୁ ରାଧେ ମା’ଙ୍କ ନୃତ୍ୟ।