ବିଭ୍ରାନ୍ତ କରିବାରେ ରାହୁଲ ମାହିର: ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି ବିଭ୍ରାନ୍ତ କରିବାରେ ମାହିର। ଭାରତୀୟ ରାଜନୀତିରେ ବିଭ୍ରାନ୍ତିକର ତଥ୍ୟ ଦେବାରେ ପାରଦର୍ଶିତା ହାସଲ କରିବାରେ ସେ ଜଣେ ପ୍ରମୁଖ ବ୍ୟକ୍ତି। ସେ ସତ୍ୟକୁ ଗ୍ରହଣ କରିବାକୁ ଅରାଜି। ମଙ୍ଗଳବାର ରାହୁଲଙ୍କୁ ସମାଲୋଚନା କରି ଏଭଳି ମନ୍ତବ୍ୟ ଦେଇଛି ବିଜେପି।

ବିଜେପି ମୁଖପାତ୍ର ଏମ୍.ଜେ ଆକବର କହିଛନ୍ତି ଯେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଗିରଫଦାରୀ ନେଇ ରାହୁଲ ଗାନ୍ଧୀ ଆସାମରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ପ୍ରମାଣିତ କରୁଛି ଯେ ସତ୍ୟକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି ରାହୁଲ। ଦେଶ ବିରୋଧୀ ସ୍ଲୋଗାନ୍ ଓ ଭାଷଣ ଦେଇଥିବା ଯୋଗୁଁ କହ୍ନେୟାଙ୍କୁ ଗିରଫ କରାଯାଇଛି।