ପରାଜୟ ରେକର୍ଡ଼ ପାଇଁ ରାହୁଲ ଗାନ୍ଧୀଙ୍କ ନା’ ଗିନିଜ୍ ବୁକ୍‌ରେ ରହୁ, ପ୍ରସ୍ତାବ ଦେଲେ ଇଞ୍ଜିନିୟରିଂ ଛାତ୍ର

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏବେ ବେଳା ଭଲ ନାହିଁ। ତାଙ୍କୁ  ଘାରିଛି ଶନିଦଶା।  ରାଜନୀତିର ଅଙ୍କ କଷାରେ ସେ ସବୁଠି ଫେଲ। ନିକଟରେ କେବଳ ପଞ୍ଜାବକୁ ଛାଡ଼ିଦେଲେ ଆଉ ୪ଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ହେଇଛି। ଏଥିପାଇଁ ରାହୁଲ ଗାନ୍ଧୀ ହିଁ ଦାୟୀ ବୋଲି ସମସ୍ତ କହୁଛନ୍ତି।

କଂଗ୍ରେସର ମଙ୍ଗ ଧରିବା ପରେ୨୭ଟି ନିର୍ବାଚନରେ ପରାଜୟର ମୁହଁ ଦେଖିଲେଣି ରାହୁଲ। ସେଥି ଲାଗି ସେ  ସମାଲୋଚନାର ସରବ୍ୟ। ତାଙ୍କୁ ଜଣେ ଇଞ୍ଜିନିୟରିଂ ଛାତ୍ର କଟାକ୍ଷ କରିଛନ୍ତି। କହିଛନ୍ତି ବିଫଳତାର ରେକର୍ଡ଼ ସୃଷ୍ଟି କରିଥିବା ରାହୁଲ ଗାନ୍ଧୀଙ୍କୁ ଗିନିଜ୍ ବୁକ ଅଫ ୱାଲଡ ରେକର୍ଡ଼ରେ ସାମିଲ କରିବା ଉଚିତ୍।

ଏହି ଛାତ୍ର ଜଣକ ହେଉଛନ୍ତି ମଧ୍ୟପ୍ରେଦଶର  ବିଶାଳ ଦିୱାନ। ଏନେଇ ଦିୱାନ ଗିନିଜ୍ ବୁକ ଅଫ ୱାଲଡ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି। ଆଉ ଏହି ଚିଠିକୁ ଗ୍ରହଣ କରାଯାଇ ଥିବା  ଉତ୍ତର ଦେଇଛନ୍ତି କର୍ତ୍ତୃପକ୍ଷ। ହେଲେ ଏମିତି ବ୍ୟକ୍ତିତ୍ୱଙ୍କୁ ଗିନିଜ୍ ବୁକ୍ ରେକର୍ଡ଼ରେ ସାମିଲ କରାଯିବି କ ନାହିଁ ସେ ନେଇ କୌଣସି ଉତ୍ତର ଦିଆଯାଇ ନାହିଁ। କେବଳ ବିଶାଳ ଏକା ନୁହେଁ। ସୋସିଆଲ ମିଡିଆରେ ମଧ୍ୟ ରାହୁଲଙ୍କୁ ନେଇ  ଅନେକ ରୋଚକପୂର୍ଣ୍ଣ ମନ୍ତବ୍ୟ ଆସୁଛି। କିଏ ତାଙ୍କୁ ଜୋକର କହୁଛି ତ’ ଆଉ କିଏ ପପୁ ବୋଲି ସମ୍ବୋଧନ କରୁଛି।