ରାହୁଲ ଗାନ୍ଧି ନିଖୋଜ! ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ନିଖୋଜ। ଏନେଇ ଅନେକ ପୋଷ୍ଟର ଉତ୍ତରପ୍ରଦେଶର ଆମେଠିରେ ଲାଗିଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ଏହି ପୋଷ୍ଟରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଭିନ୍ନ ସ୍ଥାନରେ ଲାଗିଛି ଏହି ପୋଷ୍ଟର।  ଆଉ ପୋଷ୍ଟରରେ ଯାହା ଉଲ୍ଲେଖ ରହିଛି ତାହା ଖୁବ୍‌ ରୋଚକକର। ଏହି ପୋଷ୍ଟରରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ଉଲ୍ଲେଖ ରହିଛି। ଆହୁରି ମଧ୍ୟ ଅନେକ କିଛି ଲେଖାଯାଛି। ‘ମାନନୀୟ ସାଂସଦ ଶ୍ରୀ ରାହୁଲ ଗାନ୍ଧି ଆମେଠିରୁ ନିଖୋଜ ହୋଇଯାଇଛନ୍ତି। ତେଣୁ ତାଙ୍କ କାର୍ଯ୍ୟକାଳରେ ବିକାଶ ଠପ୍ ହୋଇଯାଇଛି’। ଏମିତି ଅନେକ କିଛି ଲେଖାଯାଛି।  

ତେବେ ଏନେଇ ଆମେଠିର କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି  ରାହୁଲ ଗାନ୍ଧି  କଂଗ୍ରେସର ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ତେଣୁ ସବୁବେଳେ ଆମେଠିରେ ଉପସ୍ଥିତ ରହିପାରିବେ ନାହିଁ।  ତାଙ୍କୁ ବିଭିନ୍ନ କାମରେ ଅନେକ ଅଞ୍ଚଳ ଯିବାକୁ ପଡିଥାଏ। ଏହି ପୋଷ୍ଟର ପଛରେ ଆରଏସଏସ ଓ ବିଜେପିର ହାତ ରହିଛି ବୋଲି ସେ କହିଛନ୍ତି। ରାହୁଲଙ୍କୁ ବଦନାମ ପାଇଁ ଏପରି ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More