ତିଆରି ହେଉଛି ହାଇସ୍ପିଡ୍ ମୋବାଇଲ୍ କରିଡର: ଟ୍ରେନ୍‌ରେ ମିଳିବ ଇଣ୍ଟରନେଟ୍ ସୁବିଧା

ନୂଆଦିଲ୍ଲୀ:  ରେଳଯାତ୍ରୀଙ୍କ ପାଇଁ ଖୁସିଖବର। ଯାତ୍ରା ସମୟରେ  ଖୁବଶୀଘ୍ର ହାଇସ୍ପିଡ ଇଣ୍ଟରନେଟର ମଜା ଉଠାଇ ପାରିବେ। ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ହାଇସ୍ପିଡ୍ ମୋବାଇଲ କମ୍ୟୁନିକେସନ କରିଡର ଆରମ୍ଭ କରିବାକୁ ଯାଉଛି। କମ୍ୟୁନିକେସନ କରିଡର ନିର୍ମାଣ ପାଇଁ ପିପିପି ମୋଡରେ ୫ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା କେବଳ ହାଇସ୍ପିଡ ଇଣ୍ଟରନେଟ ମିଳିପାରିବ ତାହା ନୁହେଁ, ସଠିକ୍‌ ସମୟରେ ରେଳ ଧାରଣାର ସ୍ଥିତି ସଂପର୍କରେ ଗ୍ୟାଙ୍ଗ୍ ମ୍ୟାନ ଓ ଲୋକୋ ପାଇଲଟ ଷ୍ଟେସନ୍ ମାଷ୍ଟରଙ୍କୁ  ତୁରନ୍ତ ସୂଚନା ଦେଇ ପାରିବେ।  ସଂପ୍ରତି ରେଳ ପରିଚାଳନା ପାଇଁ ରେଳବିଭାଗ ୱେୟାରଲେସ୍‌   ବ୍ୟବହାର କରୁଛି। ଜି. ଏସ୍.ଏମ୍-ଆର୍ ନେଟ୍ଓ୍ବର୍କ ଦ୍ୱାରା ଟ୍ରେନ୍ ଡ୍ରାଇଭର ଓ ଟ୍ରେନ୍ କଣ୍ଟ୍ରୋଲର ରୁଟ୍ ସ୍ଥିର କରିଥାନ୍ତି। ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ  ଉଚ୍ଚ ଗତି ରେଳ ସଞ୍ଚାର ମାର୍ଗ ନିମନ୍ତେ ଜି.ଏସ୍.ଏମ୍ -ଆର୍(ଗ୍ଲୋବାଲ ସିଷ୍ଟମ୍ ଫର୍ ମୋବାଇଲ କମ୍ୟୁନିକେସନ ରେଲେୱେ ) ବଦଳରେ ଏଲ୍‌.ଟି.ଆର (ଲଙ୍ଗ୍ ଟର୍ମ ଇଭ୍ୟୁଲେସନ୍ ରେଲୱେ) ସିଷ୍ଟମ୍ ଲଗାଯାଉଛି। ହାଇ ସ୍ପିଡ୍ ମୋବାଇଲ କରିଡର ଯାତ୍ରୀ ମାନଙ୍କୁ ବ୍ରଡବ୍ୟାଣ୍ଡର ସୁବିଧା ଦେବା ସହ ଅନ୍ୟ ସୁବିଧା ମଧ୍ୟ ଯୋଗାଇବ। ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ହାଇସ୍ପିଡ୍ ଇଣ୍ଟରନେଟ  ମଜା ନେଇପାରିବେ।