ଭାରତରେ ଚାଲିବ ଘଣ୍ଟାକୁ ୬୦୦ କିମି ଚାଲୁଥିବା ଟ୍ରେନ୍: ଆପଲ୍‌ ସହ ଚାଲିଛି କଥାବାର୍ତ୍ତା

ନୂଆଦିଲ୍ଲୀ: ଭାରତରେ ଚାଲିବ ଘଣ୍ଟାପ୍ରତି ୬୦୦ କିଲୋମିଟର ଚାଲୁଥିବା ଟ୍ରେନ୍‌। ଭାରତରେ ଟ୍ରେନ୍‌ର ସ୍ପିଡ୍‌ ବୃଦ୍ଧି କରିବା ପାଇଁ ଆପଲ୍‌ ଭଳି କମ୍ପାନୀ ସହ ସରକାର କଥାବାର୍ତ୍ତା କରୁଥିବା ଜଣାପଡିଛି। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଆଜି କହିଛନ୍ତି ଯେ ସରକାର ଟ୍ରେନ୍‌ ସ୍ପିଡ୍‌ ବଢାଇବା ପାଇଁ ଚିନ୍ତା କରୁଛନ୍ତି। ଘଣ୍ଟା ପ୍ରତି ୬୦୦ କିମି ଯାଉଥିବା ଟ୍ରେନ୍‌ ଭାରତରେ ଚାଲିବାକୁ ଯୋଜନା ରହିଛି। ୬ ରୁ ୮ ମାସ ପୂର୍ବରୁ ଭାରତ ସରକାର ହାଇସ୍ପିଡ୍‌ ଟ୍ରେନ୍ ଚଲାଇବା ପାଇଁ ବିଭିନ୍ନ କମ୍ପାନୀ ସହ କଥାବାର୍ତ୍ତା ଚଲାଇ ଆସୁଛନ୍ତି। ଏଥିପାଇଁ ଆପଲ୍‌ ବଳି ବିଶ୍ୱସ୍ତରୀୟ କମ୍ପାନୀ ସହ ସହାୟତା ନିଆଯାଉଛି। ରେଳ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଦେଶର ଦୁଇଟି ସବୁଠୁ ବ୍ୟସ୍ତ ରୁଟ୍‌ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-କୋଲକାତ ମଧ୍ୟରେ ଚାଲୁଥିବା ଗତିମାନ୍‌ ଏକ୍ସପ୍ରେସ୍‌ର ସ୍ପିଡ୍‌ ବଢାଇବା ପାଇଁ ୧୮ ହଜାର କୋଟି ଟଙ୍କାର ପ୍ରସ୍ତାବ ମଞ୍ଜୁରୀ ହୋଇଛି। ଫଳରେ ଗତିମାନ ଏକ୍ସପ୍ରେସ୍‌ର ସ୍ପିଡ୍‌ ଘଣ୍ଟାପ୍ରତି ୨୦୦ କିମି ଚାଲିବ।