ବେଙ୍ଗାଲୁରୁରେ ୧୧୫ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ବେଙ୍ଗଲୁରୁ: ବେଙ୍ଗଲୁରୁରେ ୧୧୫ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା।  ଏଥିଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।  ବିଭିନ୍ନ ଅଂଚଳରେ ରାସ୍ତାଗୁଡିକରେ ଖାଲ  ସୃଷ୍ଟି ହୋଇଛି।  ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ଜୀବନ ଗଲାଣି॥ ସେପଟେ ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ ହୋଇଛି।   କିନ୍ତୁ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବା ବେଳେ ଖୁବଶୀଘ୍ର ଉତ୍ତର ପୂର୍ବ ମୌସୁମୀର ପ୍ରଭାବ ଅନୁଭୂତ ହେବ।   ତେଣୁ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।

ବେଙ୍ଗାଲୁର ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକମାନେ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ଲୋକମାନେ ନିଖୋଜ ଥିବାର ଖବର ମିଳଛି।  ବର୍ଷା ପରେ ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।