ରାୟପୁରରେ ମାଓବାଦୀଙ୍କ ପୋଡ଼ାଜଳା

ମାଲକାନଗିରି/ରାୟପୁର: ଛତିଶଗଡ଼ର ନାରାୟଣପୁରରେ ଏନକାଉଣ୍ଟରେ  ୭ ଜଣ ମାଓବାଦୀଙ୍କ ମୃତ୍ୟୁ ପ୍ରତିବାଦରେ ଲାଲବାହୀନୀ ବନ୍ଦ ଡାକରା ଦେବା ସହ ପୋଡ଼ାଜଳା କରିଛନ୍ତି। ମାଓବାଦୀମାନେ ଦୋନ୍ନାପାଲରେ ଏସଆର କମ୍ପାନୀର ପାଇପ ଲାଇନକୁ ବ୍ଲାଷ୍ଟ କରିବା ସହ ସୁକମା ଜିଲ୍ଲା ପାନେଲ ଠାରେ ଟ୍ରକ୍‌ ଓ ବସ୍‌ ଜାଳି ଦେଇଛନ୍ତି।

ମାଓବାଦୀଙ୍କ ଏହି ବନ୍ଦ ଡାକରାରେ ପ୍ରଭାବ ରାଜ୍ୟର ୬ଟି ଜିଲ୍ଲାରେ ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସଂ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।