ମେହବୁବାଙ୍କୁ ରାଜନାଥଙ୍କ ପ୍ରଶ୍ନ: ୬ ହଜାର ଚାକିରି ଦେଇଥିଲୁ, ୩ ହଜାର କୁଆଡେ ଗଲା

ଜମ୍ମୁ: ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଜମ୍ମୁ-କାଶ୍ମୀର ପ୍ରଧାନମନ୍ତ୍ରୀ ମେହବୁବା ମୁଫିତ୍‌ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ସମୟରେ ଚାକିରି ପ୍ରଦାନକୁ ନେଇ ରାଜନାଥ ମେହବୁବାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି। ରଜନାଥ କହିଛନ୍ତି, ଜମ୍ମୁ-କାଶ୍ମୀରର ଯୁବବର୍ଗଙ୍କ ପାଇଁ ୬୦୦୦ ଚାକିରି ସୃଷ୍ଟି କରାଯାଇଥିଲା। ୩୦୦୦ ଚାକିରି ପ୍ରଦାନ କରାଯାଇଛି। ବାକି ୩୦୦୦ କୁଆଡେ ଗଲା ?

ଉତ୍ତରରେ ମେହବୁବା କହିଥିଲେ, କିଛି ଆଇନଗତ ସମସ୍ୟା ଥିଲା। ଏହାର ସମାଧାନ କରି ଦିଆଯାଇଛି। ଶୀଘ୍ର ବାକି ୩୦୦୦ରେ ନିଯୁକ୍ତି ପ୍ରଦାନ କରାଯିବ।

ମୋଦି ସରକାର ଜମ୍ମୁ-କାଶ୍ମୀର ପାଇଁ ଦେଇଥିବା ୮୦,୦୦୦ କୋଟି ଟଙ୍କା ଫଣ୍ଡର ସମୀକ୍ଷା କରିଥିଲେ ରଜନାଥ। ଏହାର ୨୮ ପ୍ରତିଶତ ବିନିଯୋଗ ହୋଇଥିବା ଜଣାପଡିଛି। ରାଜନାଥ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ମେହବୁବାଙ୍କ ସହ ଆଲୋଚନା କରିଥିଲେ।

ଏହାସହ ରାଜନାଥ, ସଡ଼କ, ପର୍ଯ୍ୟଟନ ଓ ଦୁଇଟି ଆଇଆଇଏମ୍‌ର ସମୀକ୍ଷା କରିଥିଲେ। ରାଜ୍ୟ ପୋଲିସ୍‌କୁ ରାଜନାଥ ପ୍ରଶଂସା କରିବା ସହ ଡିଜିପିଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।