ଯବାନଙ୍କ ସହ ଦଶହରା ପାଳିଲେ ରାଜନାଥ

ନୂଆଦିଲ୍ଲୀ: ଆଜି ବିଜୟା ଦଶମୀ ଅବସରରେ ଗୃହମନ୍ତ୍ରୀ ରାଜନାଥ ସିଂହ ସୀମାରେ ନିୟୋଜିତ  ଯବାନଙ୍କ ସହ ଦଶହରା ପର୍ବ ପାଳନ କରିଛନ୍ତି ।  ଆଜି ସକାଳେ ଗୃହମନ୍ତ୍ରୀ ଡେରାଡୁନ୍‌ ସ୍ଥିତ ଆଇଟିବିପି ଯୋଶୀମଠ ବେସ କ୍ୟାମ୍ପରେ ଯବାନମାନଙ୍କୁ ଭେଟିଥିଲେ।   ଏଥିସହ ରାଜନାଥ ଯବାନମାନଙ୍କୁ  ପୂଜାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।   ଉତ୍ତରାଖଣ୍ଡରେ ଯୋଶୀମଠରେ ଥିବା ଆଇଟିବିପି କାର୍ଯ୍ୟାଳୟରେ ସେ ଯବାନ ମାନଙ୍କ ସହ ମିଶିଥିଲେ।   ଦଶହରା ଅବସରରେ ଆଇଟିବିପି ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜା କରାଯାଇଥିଲା ।  ସେପଟେ କର୍ଣ୍ଣାଟକର ମହୀଶୂରରେ ମଧ୍ୟ ବେଶ ଧୁମଧାମରେ ପାଳିତ ହେଉଛି ଦଶହରା ଉତ୍ସବ।

ଦଶହରା ଅବସରରେ ପ୍ରସିଦ୍ଧ ମହୀଶୂର ରାଜପ୍ରାସାଦକୁ ଆକର୍ଷଣୀୟ ଭାବେ ସଜାଯାଇଛି ।  ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ରାଜାପ୍ରାସାଦକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଛି।  କର୍ଣ୍ଣାଟକରେ ଦଶହରାକୁ ସରକାରୀ ଉତ୍ସବ ଭାବେ ପାଳନ କରାଯାଇଥାଏ।