ଶାନ୍ତି ପ୍ରତିଷ୍ଠା ପାଇଁ ଜାମ୍ମୁ କାଶ୍ମୀରରେ ଗୃହମନ୍ତ୍ରୀ: କଲେ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଘାଟିରେ ଶାନ୍ତି ପ୍ରତିଷ୍ଠା ପାଇଁ ୪ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟରେ ବିକାଶ ଓ ସୁରକ୍ଷା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସହ ସମୀକ୍ଷା କରିଛନ୍ତି ରାଜନାଥ। ସେ କହିଛନ୍ତି, କାଶ୍ମୀରି ଯୁବପିଢ଼ୀଙ୍କ ବିଶ୍ୱାସ ଜିତିବାକୁ ହେଲେ କେନ୍ଦ୍ର ସରକାର ସେମାନଙ୍କୁ ଚାକିରୀ ସହ ସୁରକ୍ଷିତ ଭବିଷ୍ୟତ ନେଇ ଆଶ୍ୱସନା ବି ଦେବାକୁ ପଡ଼ିବ। ଆସନ୍ତାକାଲି ରାଜନାଥ ଯୁବବର୍ଗଙ୍କ ସହ ଆଲୋଚନା କରିବେ। ୪ ଦିନିଆ ଗସ୍ତରେ ରାଜନାଥ ଜାମ୍ମୁ, ରଜୌରି ଓ ଅନନ୍ତନାଗ ଯିବେ। ବିଭିନ୍ନ ସାମାଜିକ ସଂଗଠନ, ରାଜନେତା ଓ ବ୍ୟବସାୟୀ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ କାଶ୍ମୀର ସମସ୍ୟା ଉପରେ କଥାବାର୍ତ୍ତା ହେବ।