ଏସ୍‌ ଜୟଶଙ୍କରଙ୍କୁ ଜୟଶଙ୍କର ପ୍ରସାଦ କହିଲେ ରାଜନାଥ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ମତ ରଖୁଥିବା ବେଳେ ଅଜାଣତରେ ଏକ ଭୁଲ କରିଦେଇଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଶ୍ମୀର ବୟାନ ଉପରେ ସ୍ପଷ୍ଟୀକରଣ ଦେଉଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ନାଁ ନେଇଥିଲେ।

ହେଲେ ଶ୍ରୀ ସିଂହ ଏହି ସମୟରେ ଏସ୍‌ ଜୟଶଙ୍କରଙ୍କୁ ଭୁଲବଶତଃ ଜୟଶଙ୍କର ପ୍ରସାଦ ବୋଲି ସମ୍ବୋଧନ କରିଥିଲେ। ଥରେ ନୁହେଁ ୩ ଥର ରାଜନାଥ ସିଂହ ଏଭଳି ଜୟଶଙ୍କର ପ୍ରସାଦ ବୋଲି କହିଥିଲେ।

ପ୍ରକୃତରେ ଏସ୍‌ ଜୈଶଙ୍କର ବୈଦେଶିକ ମନ୍ତ୍ରୀ ହୋଇଥିବା ବେଳେ ଜୟଶଙ୍କର ପ୍ରସାଦ ହେଉଛନ୍ତି ଜଣେ ପ୍ରଖ୍ୟାତ ହିନ୍ଦୀ ଲେଖକ। ଶ୍ରୀ ସିଂହ ମତ ରଖୁଥିବା ବେଳେ ଏସ୍‌ ଜୟଶଙ୍କର ତାଙ୍କ ଡାହଣ ପଟେ ହିଁ ବସିଥିଲେ।