ରାମୁଙ୍କ ଟ୍ୱିଟ୍‌: ରାମଙ୍କ ଠାରୁ ବି ମୋଦି ବଡ଼ ଭଗବାନ

ମୁମ୍ବାଇ: ବିବାଦୀୟ ମନ୍ତବ୍ୟ ଦେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ରାମ ଗୋପାଲ ବର୍ମା ଉତ୍ତରପ୍ରଦେଶରେ ବିଜେପିର ଐତିହାସିକ ବିଜୟକୁ ନେଇ ଟ୍ୱିଟ୍‌ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍‌ ବି ବିବାଦୀୟ ହୋଇପାରେ। ପ୍ରଥମ ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଛନ୍ତି,“ପ୍ରଧାନ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅପେକ୍ଷା ଅମିତାଭ ବଚ୍ଚନଙ୍କ ସରକାର ଅଧିକ ଭଲ। ଆଗକୁ ରାମମନ୍ଦିର ହେବାକୁ ଥିବାରୁ ମୋଦିଙ୍କ ସରକାରଗିରି ଭଲ ଲାଗୁଛି।”

ସେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି,“ମୋତେ ନରେନ୍ଦ୍ର ମୋଦି ଶ୍ରୀରାମଜିଙ୍କ ଠାରୁ ବଡ଼ ଭଗବାନ ବୋଲି ଲାଗୁଛନ୍ତି। କାରଣ ମୁଁ ରାମଙ୍କ ଯୁଗରେ ତ ରହି ନାହିଁ, କିନ୍ତୁ ନରେନ୍ଦ୍ର ମୋଦିଙ୍କ  ଅଯୋଧ୍ୟାରେ ନିଶ୍ଚୟ ରହୁଛି।’’

ରାମଗୋପାଲଙ୍କ ଆଗାମୀ  ଫିଲ୍ମ ‘ସରକାର-୩’ରେ  ଅମିତାଭ ବଚ୍ଚନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।