ରାମ ଜେଠମଲାନୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ନେଇ ଉତ୍ତେଜନା

ପାଟନା: ବିଜେପି ନେତା ରାମ ଜେଠମଲାନୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସମାଲୋଚନା କରିଛନ୍ତି। ପାଟନାରେ ୱାନ ରଙ୍କ୍ ୱାନ୍ ପେନସନକୁ ନେଇ ହୋଇଥିବା କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, ବିହାରରେ ମୁଁ ଭୋଟ ଦେଇଥିଲେ ନୀତିଶଙ୍କୁ ହିଁ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ବିହାର ନିର୍ବାଚନରେ ପରାଜୟ ହୋଇ ସେ ଦଣ୍ଡ ପାଇବା ଉଚିତ। ଜେଠମଲାନୀ ପୂର୍ବରୁ ଆରକ୍ଷଣ ମାମଲାରେ  ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ସେ କହିଥିଲେ, ମୋଦି ବିହାରର ଳୋକଙ୍କୁ ଧକ୍କା ଦେବାରେ ଲାଗିଛନ୍ତି। ଜେଠମଲାନୀଙ୍କ ଏହି ମନ୍ତବ୍ୟ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ରାଜନୀତି  ନ କରି ଓଆରଓପି ବିଷୟରେ ଆଲୋଚନା କରିବାକୁ ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ୍ ଅନୀଲ ସିହ୍ନା କହିଥିଲେ।