ଅଯୋଧ୍ୟା ବିବାଦର ସମାଧାନ ଲାଗି ୫ ହଜାର କୋଟି ଟଙ୍କା ଲାଞ୍ଚ ମାଗିଥିଲେ ସଲମାନ୍‌  

ସଲମାନ୍ ନାଦୱୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ।  ବାବ୍ରି ମସ୍‌ଜିଦ୍ ବିବାଦର ସମାଧାନ ପାଇଁ ଲାଞ୍ଚ ମାଗିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ  କରିଛନ୍ତି ଅଯୋଧ୍ୟା ସଦ୍ଭାବନା ସମିତି ସାଧାରଣ ସମ୍ପାଦକ ଅମରନାଥ ମିଶ୍ରା। ବାବ୍ରି ମାମଲାର ସମାଧାନ ପାଇଁ ନାଦୱୀ ୫ ହଜାର କୋଟି ଟଙ୍କା ମାଗିଥିଲେ ।  ଏହାସହ ୨ ଶହ ଏକର ଜମି ଏବଂ ରାଜ୍ୟସଭା ଆସନ ଦାବି କରିଥିବା ଅମରନାଥ ଅଭିଯୋଗ କରିଛନ୍ତି ।

ସଲମାନ୍ ନାଦୱୀ
ସଲମାନ୍ ନାଦୱୀ

କିଛି ଦିନ ତଳେ ଅଯୋଧ୍ୟା ବିବାଦର  ସମାଧାନ ପାଇଁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହିତ ଆଲୋଚନା କରିଥିଲେ ସଲମାନ।   ନାଦଓ୍ୱି  ଏହି ଆଲୋଚନା ବେଳେ ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି।  କୁହାଯାଇଛି, ଶ୍ରୀ ଶ୍ରୀ ରବିଶଙ୍କର ଏପରି ସର୍ତ୍ତକୁ ବେଖାତିର କରିବା ସହ  ମାମଲାର ସମାଧାନ କେବଳ ଆପୋଷ ଆଲୋଚନା ମାଧ୍ୟମରେ ହେବ  ବୋଲି କହିଥିଲେ।  ସଲମାନ୍ ନାଦୱୀଙ୍କୁ ପୂର୍ବରୁ ଅଲ୍ ଇଣ୍ଡିଆ ପର୍ସନାଲ ବୋର୍ଡ ବହିଷ୍କାର କରିଛି।  ଅମରନାଥଙ୍କ ଏପରି ଅଭିଯୋଗକୁ ଖଣ୍ଡନ ସଲମାନ୍ ନାଦୱୀ।