ଉତ୍ତର ପ୍ରଦେଶ ରାଜ୍ୟପାଳ ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ମୌ: ଉତ୍ତର ପ୍ରଦେଶ  ରାଜ୍ୟପାଳ ରାମ ନାଏକ (୮୨) ଅସୁସ୍ଥ ହୋଇଛନ୍ତି। ଗତକାଲି ରାତିରେ ତାଙ୍କ ମୁଣ୍ଡ ବୁଲାଇଥିଲା ଓ ସେ ଚେତାଶୂନ୍ୟ ହୋଇଯାଇଥିଲେ।  ତାଙ୍କୁ  ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍  ଇନଷ୍ଟ୍ୟୁଟ ଅଫ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲଡ୍ ସୁଗାର କମିଯାଇଥିବାରୁ  ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଆଜି ତାଙ୍କର କିଛି ଟେଷ୍ଟ କରାଯିବା। ତା’ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି।