ବାପା ରାମରହିମଙ୍କ ପାଇଁ କରୱାଚୌଥ ରଖିଲେନି ହନୀପ୍ରିତ

ଚଣ୍ଡିଗଡ଼: ରାମରହିମ ଜେଲ ଯିବା ପରେ ଡେରା ସଚ୍ଚା ସୌଦାରେ ଯେମିତି ନିରବତା ଖେଳିଯାଇଛି। ତାଙ୍କ ଚେଲାଙ୍କ ମଧ୍ୟରେ ଆଉ ଆଗ ଭଳି ଉତ୍ସହ ନାହିଁ। ଏଥିପାଇଁ ବୋଧ ହୁଏ ଗତକାଲି କରୱାଚୌଥରେ ଡେରାରେ କାହାକୁ ଦେଖିବାକୁ ମିଳି ନଥିଲା। ଏମିତିକି ବାପାଙ୍କ ପାଇଁ ପ୍ରତିବର୍ଷ କରୱାଚୌଥ ରଖୁଥିବା ହନୀପ୍ରିତ ଏଥର ବ୍ରତ ରଖି ନାହାଁନ୍ତି କି ତାଙ୍କ ଦୀର୍ଘ ଜୀବନ କାମନା କରିନାହାଁନ୍ତି।

ଖାଇଲେ ୬ଟି ଚପାତି

ଜେଲ୍‌ରେ ଏବେ ହନୀପ୍ରିତଙ୍କୁ ପଚରାଉଚରା ଚାଲିଛି। ତାଙ୍କୁ ପଚରାଉଚରା କରୁଥିବା ଜଣେ ପୋଲିସ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ରବିବାର ହନୀପ୍ରିତ କରୱାଚୌଥ କରି ନଥିଲେ। ରବିବାର ହନୀପ୍ରିତ ଆବଶ୍ୟକଠାରୁ ଅଧିକ ଖାଇଥିଲେ। ପ୍ରତିଦିନ ୨ରୁ ୩ଟି ଚପାତି ଖାଉଥିବା ହନୀପ୍ରିତ ରବିବାରକୁ ୬ଟି ଖାଇଥିଲେ।