ଜ୍ୟାକି ଚାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି ରାମ ରହିମଙ୍କ ପୋଷ୍ୟ କନ୍ୟା

ଚଣ୍ଡିଗଡ଼: ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ୍ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଆସନ୍ତାକାଲି ତାଙ୍କୁ ସଜ୍ଜା ଶୁଣାଇବେ କୋର୍ଟ। ତେବେ ତାଙ୍କୁ ନେଇ ଏବେ ହେଉଛି ଅନେକ ଚର୍ଚ୍ଚା। ଚର୍ଚ୍ଚାର ପରିସରକୁ ତାଙ୍କ ପରିବାର ଲୋକେ ମଧ୍ୟ ଆସିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି  ରାମ ରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନ୍ସା। କୁହାଯାଉଛି ହନିପ୍ରୀତ ରାମ ରହିମଙ୍କର ଅତି ନିକଟତର ଥିଲେ। ସୁବୁବେଳେ ତାଙ୍କୁ ରାମ ରହିମଙ୍କ ପାଖେ ପାଖେ ଦେଖିବାକୁ ମିଳୁଥିଲା। ଅଭିନୟ ହେଉକି ଗୀତ ଗାଇବା ଅବା ଫିଲ୍ମ କରିବା- ସବୁ କ୍ଷେତ୍ରରେ ରାମ ରହିମଙ୍କ ସହିତ ହନିପ୍ରୀତଙ୍କୁ ଦେଖିବାକୁ ମିଳିଥିଲା। ଅନେକ ହୁଏତ ଜାଣି ନଥିବେ ଅଭିନୟରେ ହନିପ୍ରୀତ ଏକ ରେକର୍ଡ ମଧ୍ୟ କରିଛନ୍ତି। ସେ ‘ହିନ୍ଦ୍ କା ନାପାକ କୋ ଜବାବ୍‌’ ନାମକ ଏକ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ୨୧ଟି ଚରିତ୍ରରେ ଅଭିନୟ କରିଥିଲେ। ଏହା ସହ ସେ ହଲିଉଡ୍ ଅଭିନେତା ଜ୍ୟାକି ଚାନ୍‌ଙ୍କ ରେକର୍ଡ  ଭାଙ୍ଗିଛନ୍ତି।

ହନିପ୍ରୀତଙ୍କ ବ୍ୟତୀତ ରାମ ରହିମଙ୍କ ଆଉ ୨ ଝିଅ ଅଛନ୍ତି। ସେମାନେ ହେଲେ ଚରଣପ୍ରୀତି ଓ ଅମରପ୍ରୀତି।