ଫେସବୁକରେ ଝିଅଙ୍କୁ ଫସାଉଥିଲେ ହନିପ୍ରୀତ, ରାମ ରହିମ ସେମାନଙ୍କ ସହ କରୁଥିଲେ ନାଇଟ୍‌ ପାର୍ଟି

ରୋହତକ/ନୂଆଦିଲ୍ଲୀ: ଦୁଇ ଜଣ ସାଧ୍ୱୀଙ୍କୁ ଦୁର୍ଷ୍କମ କରି ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କ ସଂପର୍କରେ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ଆଜି ତାଙ୍କ ବିଷୟରେ ଆଉ ଏକ ଖୁଲାସା ହୋଇଛି। ଏକ ଫେସ୍‌ବୁକ୍‌ ମେସେଞ୍ଜରର ସ୍କ୍ରିନ୍‌ସଟ୍‌ରୁ ଜଣାପଡ଼ିଛି ଯେ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ନାଇଟ୍‌ ପାର୍ଟିର ଆୟୋଜନ କରୁଥିଲେ। ଏଥିରେ ସାମିଲ ହେବାକୁ ରାମ ରହିମଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷଙ୍କୁ ଅନୁମତି ନଥିଲା।

ପୋଲିସ୍ ଜାଣିବାକୁ ପାଇଛି ଯେ ହନିପ୍ରୀତ ‘ରୁବରୁ’ ନାମକ ନାଇଟ୍ ପାର୍ଟି ଆୟୋଜନ କରୁଥିଲେ।  ଏହି ପାର୍ଟିରେ ଭଲ ଭଲ ଘରର ଝିଅ ଓ ମହିଳାମାନେ ସାମିଲ ହେଉଥିଲେ। ଏଣ୍ଟ୍ରି ଫି’ ବାବଦକୁ ସେମାନଙ୍କଠାରୁ ୧୨ରୁ ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା। ଝିଅ ଓ ମହିଳାମାନଙ୍କ ଏହି ପାର୍ଟିରେ କେବଳ ଜଣେ ପୁରୁଷ ଉପସ୍ଥିତ ରହୁଥିଲେ। ସେ ହେଉଛନ୍ତି ରାମ ରହିମ। ପାର୍ଟିରେ ଡବଲ୍ ମିନିଂ ଗୀତ ବାଜୁଥିଲା।

ଅର୍ଥ ରୋଜଗାର କରିବା ପାଇଁ ଏହି ପାର୍ଟିର ଆୟୋଜନ କରାଯାଉଥିଲା। ଏଥିରେ ବିଭିନ୍ନ ବେଶଭୂଷାରେ ରାମ ରହିମ ଝିଅଙ୍କ ସହିତ ନାଚୁଥିଲେ।

ଏହି ନାଇଟ୍ ପାର୍ଟିକୁ ଝିଅ ଓ ମହିଳାଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ଡକା ଯାଉଥିଲା। ଏଥିପାଇଁ ଡେରାର କିଛି ସାଧ୍ୱୀଙ୍କୁ ଏଜେଣ୍ଟ ଭାବେ ନିୟୋଜିତ କରାଇଥିଲେ ହନିପ୍ରୀତ। ବାବାଙ୍କ ସାନିଧ୍ୟ ପାଇବାର ଲୋଭ ଦେଖାଇ ସେମାନେ ଝିଅ ଓ ମହିଳାମାନଙ୍କଠାରୁ ଟଙ୍କା ଝଡ଼ାଉ ଥିଲେ। ଖାଲି ସେତିକି ନୁହେଁ, ପାର୍ଟିକୁ ଆସୁଥିବା ଝିଅମାନଙ୍କୁ ଏକୁଟିଆ ରାମ ରହିମଙ୍କୁ ଭେଟିବାକୁ କୁହାଯାଉଥିଲା।