ବାବାଙ୍କ ବଦାନ୍ୟତା: ୧୦୦ ଅନାଥଙ୍କୁ  କୋଳେଇ ନେଲେ ରାମଦେବ

ନୂଆଦିଲ୍ଲୀ:ଯୋଗ ଗୁରୁ ବାବା ରାମଦେବଙ୍କ ବଦାନ୍ୟତା। ୨୦୧୩ରେ କେଦାରନାଥ ଝଡ଼ରେ ଅନାଥ ହୋଇଥିବା ୧୦୦ଜଣ ଶିଶୁଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ବାବା ରାମଦେବ। ସେମାନଙ୍କ ଲାଳନପାଳନ ପାଇଁ ବାବା ରାମଦେବ ସବୁ ଖର୍ଚ୍ଚ ବହନ କରିବବେ ବୋଲି ଏବେ ଘୋଷଣା କରିଛନ୍ତି। ଶିକ୍ଷାରୁ ଠାରୁ ଆରମ୍ଭ କରି ରହିବା ଖାଦ୍ୟପେୟ ପର୍ଯ୍ୟନ୍ତ ସମସ୍ତ ସହାୟତା ଯୋଗାଇଦେବେ ରାମଦେବ। ସୂଚନା ଅନୁଯାୟୀ ୨୦୧୩ରେ କେଦାରନାଥରେ ଭୟଙ୍କର ପ୍ରାକୃତିକ ବିପତ୍ତି ଆସିଥିଲା। ବନ୍ୟାରେ ହଜାର ହଜାର ଲୋକ ବେଘର ହୋଇଥିଲେ।  ଭୂସ୍ଖଳନ ଘଟି ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟ ଘଟିଥିଲା।