ଜେଏନୟୁ ଛାତ୍ରଙ୍କୁ ଆମନ୍ତ୍ରଣ କରାଯିବାକୁ ବିରୋଧ: ରାମଜସ କଲେଜରେ ମାଡ଼ପିଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରେ ଚାଲିଥିବା କାର୍ଯ୍ୟକ୍ରମରେ ଅତିଥି ଆମନ୍ତ୍ରଣକୁ ନେଇ ଆଜି ଏବିଭିପି ଓ ଆଇସା ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡ଼ପିଟ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ସୁରକ୍ଷା ଦୃଷ୍ଟିରୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ କଲେଜର ଲିଟରେରୀ ସୋସାଇଟ ପକ୍ଷରୁ ‘କଲଚର ଅଫ ପ୍ରୋଟେଷ୍ଟ’ ନାକରେ ଏକ ସେମିନାରର ଆୟୋଜନ କରାଯାଇଥିଲା। ଏହି ସେମିନାର ଏକ କାର୍ଯ୍ୟକ୍ରମରେ ଜେଏନ୍‌ୟୁ ଛାତ୍ର ଅମର ଖାଲିଦ ଏବଂ ଶେହଲା ରାଶିଦଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହା ଜାଣିବା ପରେ ଏବିଭିପି ଓ ଛାତ୍ର ସଂଘ ଉମର ଖାଲିଦଙ୍କୁ ଆମନ୍ତ୍ରଣ କରାଯିବାକୁ ବିରୋଧ କରି ହୋହାଲ୍ଲା କରିଥିଲେ। ଶେଷରେ କଲେଜ ପକ୍ଷରୁ ଉମରଙ୍କ ଆମନ୍ତ୍ରଣକୁ ରଦ୍ଦ କରାଯାଇଥିଲା।