ରାଷ୍ଟ୍ରପତି ନିର୍ବାଚନ: ଜିତିଲେ ରାମନାଥ, ପାଇଲେ ୭ ଲକ୍ଷ ୨ ହଜାର ୪୪ ଭୋଟ୍‌

ନୂଆଦିଲ୍ଲୀ: ଭାରତର ୧୪ତମ ରାଷ୍ଟ୍ରପତି ହେବେ ରାମନାଥ କୋବିନ୍ଦ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ମୀରା କୁମାରଙ୍କୁ ୩ ଲକ୍ଷ ୩୪ ହଜାର ୭୩୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ରାମନାଥଙ୍କୁ ୭ ଲକ୍ଷ ୨ ହଜାର ୪୪ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ମୀରା କୁମାରଙ୍କୁ ୩ ଲକ୍ଷ ୬୭ ହଜାର ୩୧୪ ଖଣ୍ଡ ଭୋଟ୍‌ ମିଳିଛି। ରାମନାଥଙ୍କ ବିଜୟ ନେଇ ରିଟର୍ଣ୍ଣିଂ ଅଫିସର ଅନୁପ ମିଶ୍ରା ଘୋଷଣା କରିଛନ୍ତି।

ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର କାର୍ଯ୍ୟକାଳ ଶେଷ ହେବ। ଏହାର ପରଦିନ ଅର୍ଥାତ ଜୁଲାଇ ୨୫ ତାରିଖରେ ରାମନାଥ କୋବିନ୍ଦଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶପଥ ପାଠ କରାବେ।