ମୋ ସହ ଦୁଷ୍କର୍ମ କରିଛନ୍ତି ବିଜେପି ସାଂସଦ…ନେତା କହିଲେ ଏହା ହନିଟ୍ରାପ୍

ସର୍ବତରେ ନିଶା ଦେଇ ମୋର ଫେ।ଟ ଉଠାଇ ରଖିଛନ୍ତି। ଆପତ୍ତିଜନକ ଫଟୋ ଓ ଭିଡିଓର ଧମକ ଦେଇ ମୋତେ ବ୍ଳାକ୍ ମେଲିଂ କରୁଛନ୍ତି। ଏକ ଗ୍ୟାଙ୍ଗ୍ ମୋ ଠାରୁ ୫କୋଟି ଟଙ୍କ। ଦାବି କରୁଛି। ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ଲୋକସଭା ସାଂସଦ କେ.ସି ପଟେଲ୍। ଜଣେ ମହିଳା ସାଂସଦଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏଭଳି ପାଲଟା ଅଭିଯୋଗ କରିଛନ୍ତି ସାଂସଦ। ତେବେ କୋର୍ଟଙ୍କ ନିର୍ଦେଶ ପରେ ଦିଲ୍ଲୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ତେବେ ହନିଟ୍ରାପ୍ରେ କେମିତି ଫସିଲେ ସାଂସଦ?

ସାଂସଦଙ୍କ ଅଭିଯୋଗ ଅନୁସାରେ, ଜଣେ ହାଇପ୍ରୋଫ।ଇଲ୍ ମହିଳା ଏହି ଗ୍ୟାଙ୍ଗକୁ ଲିଡ୍ କରୁଛନ୍ତି। କିଛିଦିନ ତଳେ ସେ ମୋ ଠାରୁ ସାହାଯ୍ୟ ଆଶା କରିଥିଲେ। ତାଙ୍କ କଥାରେ ପଡି ମୁଁ ଗାଜିଆବାଦ୍ର ଏକ ଘରକୁ ଯାଇଥିଲି। ଆତିଥ୍ୟ ବାହାନାରେ ସେ ମୋତେ ସର୍ବତ ପିଆଇ ଥିଲେ। ହେଲେ ମୁଁ ତାହା ପିଇ ବେହୋସ୍ ହୋଇଯାଇଥିଲି। ହୋସ୍ ଫେରିବା ବେଳକୁ ସେମାନେ ମୋର ଫଟୋ ଉଠାଇବା ସହ ଭିଡିଓ ସୁଟ୍ କରି ସାରିଥିଲେ। ଆଶଙ୍କ। ରହିଛି, ଆପତ୍ତିଜନକ ଅବସ୍ଥାରେ ସେମାନେ ମୋର ଫଟୋକୁ ଉଠାଇଛନ୍ତି।

ଦାବି ମୁତାବକ ଟଙ୍କ। ନମିଳିଲେ, ସେସବୁ ଆପତ୍ତିଜନକ ଫଟୋ ବଜାରକୁ ଛାଡିଦେଲେ ବୋଲି ମହିଳାଜଣକ ମୋତେ ଧମକ୍ ଦେଇଛନ୍ତି। ଏପରିକି ସେହି ଫଟୋକୁ ଦେଖାଇ ଦୁଷ୍କର୍ମ ମାମଲା ଦାୟର କରିବେ ବୋଲି ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀ ପୋଲିସ୍ କମିଶନର ମୁକେଶ ମୀନା କହିଛନ୍ତି, ଏହି ସମ୍ୱେଦନଶୀଳ ମାମଲାକୁ ଗୁରୁତର ସହ ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିବାକୁ ସମସ୍ତ ଚେଷ୍ଟା ଚାଲିଛି। ତେବେ କିଏ ଏହି ବିଜେପି ସାଂସଦ, ତାହା ଜଣା ପଡିନାହିଁ।