ଚଳନ୍ତା ଟ୍ରେନରେ ମହିଳା ସାମ୍ବାଦିକଙ୍କୁ ଘେରିଗଲେ, ତା ପରେ…

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଲୋକାଲ ଟ୍ରେନରେ ଯାଉଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ଟ୍ରେନରେ ଯାଉଥିବା ବେଳେ ତାଙ୍କୁ କିଛି ଅଜଣା ଯୁବକ ଅସଦାଚରଣ କରିଥିଲେ । ଟ୍ରେନର ମହିଳା ବଗିରେ କେହି ସୁରକ୍ଷା କର୍ମୀ ନ ଥିବାରୁ ଏଭଳି ଅଘଟଣ ଘଟିଥିଲା। ଶେଷରେ ମହିଳା ଜଣକ ବହୁ କଷ୍ଟରେ ନିଜକୁ ରକ୍ଷା କରିଥିଲେ।

ସୂଚନାଯୋଗ୍ୟ, ମହିଳା ସାମ୍ବାଦିକ ଜଣକ ଟ୍ରେନର ମହିଳା ବଗିରେ ଯାତ୍ରା କରୁଥିବା ବେଳେ କିଛି ଯୁବକ ତାଙ୍କ ବଗିକୁ ପଶି ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆସି ତାଙ୍କୁ ଅଶାଳୀନ ଭାବେ ସ୍ପର୍ଷ କରିଥିଲା। ଅନ୍ୟମାନେ ତାଙ୍କଚ ଜାବୁଡ଼ି ଧରିଥିଲେ । ସେମାନେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। କିଛି ଉପାୟ ନ ପାଇ ମହିଳା ଜଣକ ଅଭିଯୁକ୍ତମାନଙ୍କ ଉପରକୁ ପାଲଟା ଆକ୍ରମଣ କରିବା ଆରମ୍ଭ କରିଥିଲେ । ଟ୍ରେନଟି ଅଟକିବା ପରେ ସେ ଟ୍ରେନରୁ ବାହାରି ପୋଲିସ ସହାୟତା ନେଇଥିଲେ । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।