ଲଜ୍ଜା: ଶାଗ କାଟିବାକୁ ଯାଇଥିବା କୁନି ଝିଅକୁ ଉଠାଇ ନେଲେ, ଚଳନ୍ତା କାର ଭିତରେ ଲୁଟିଲେ ଇଜ୍ଜତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ହରିୟାଣାର ଫରିଦାବାଦରେ ଦୁଷ୍କର୍ମ ଘଟଣା କମିବାର ନାଁ ଧରୁନି। ତାଜା ସୂଚନା  ଅନୁଯାୟୀ ପୁଣି ଜଣେ ନାବାଳିକା ଏଭଳି ଅମାନବୀୟକାଣ୍ଡରେ ଶିକାର ହୋଇଛି। ୩ ଜଣ ଯୁବକ ଜଣେ ନାବାଳିକା ଯୁବତୀଙ୍କୁ କ୍ଷେତରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚଳନ୍ତା କାରରେ ଏହି  ସମ୍ବେଦନଶୀଳ ଘଟଣା ଘଟିଛି।  ସୂଚନା ଅନୁଯାୟୀ ନାବାଳିକା ଜଣକ ନିଜ ମାଉସୀ ସହ ଯାଉଥିବା ବେଳେ ଦୁଷ୍କର୍ମକାରୀମାନେ ଏପରି ବର୍ବର କାଣ୍ଡ ଭିଆଇଛନ୍ତି। ସୂଚନା ଅନୁଯାୟୀ ଫରିଦାବାଦର ସେକ୍ଟର-୫୫ ଥାନା ଅଞ୍ଚଳର ଏକ ଗାଁର ଜଣେ ନାବାଳିକା ନିଜ ମାଉସୀ ସହି ସାଗ କାଟିବାକୁ ଯାଇଥିଲେ।

ଦିନ ପ୍ରାୟ ୧୨ଟା ବେଳେ ୩ ଜଣ ଯୁବକ ଆସି ସମ୍ପୃକ୍ତ ନାବାଳିକାଙ୍କୁ ଅପହରଣ କରିନେଇଥିଲେ।  ଆଉ ତାକୁ କାର ଭିତରେ ଜବରଦସ୍ତ ପୁରାଇ ନେଇଯାଇଥିଲେ।  ଏହା ପରେ ୩ ଜଣ ଅଭିଯୁକ୍ତ  କାର ଭିତରେ ତାକୁ ଗଣବଳାତ୍କାର କରିଥିଲେ। ଅଭିଯୋଗ ପାଇ ଘଟାଣାର ତଦନ୍ତ ଜାରି ରଖିଛି ପୋଲିସ। ଏହା ପୂର୍ବରୁ ଜଣେ ୧୫ ବର୍ଷର ନାବଳକ ଜଣେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତ ନାବାଳକକୁ ଧରି ପୋଲିସ୍‌ ଜିମା ଦେଇଥିଲେ। ଫରିଦାବାଦରେ ଗତ ୬ ଦିନରେ ୫ଟି ବଳାତ୍କାର ଘଟଣା ଘଟିଲାଣି।