ହୃଦୟ ବିଦାରକ: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରି ଶବ ପାଖରେ ଶୋଇଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: କଠୁଆ, ଉନ୍ନାଓ ଓ ସୁରତ ଘଟଣା ପରେ ଏବେ ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଆଉ ଏକ ଦୁଷ୍କର୍ମ ଘଟଣା ନଜରକୁ ଆସିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ନାବାଳିକାର ପରିବାର ଲୋକ ଏକ ବିବାହ ଉତ୍ସବରେ ସାମିଲ ଥିବା ବେଳେ ଦୁଷ୍କର୍ମକାରୀ ଏଭଳି ବର୍ବର କାଣ୍ଡ ଘଟାଇଛି। ନାବାଳିକାକୁ ଏକୁଟିଆ ପାଇ ଦୁର୍ବୃତ୍ତଜଣଙ୍କ ତାଙ୍କୁ ଏକ ନିର୍ମାଣଧୀନ ଘରକୁ ବଳପୂର୍ବକ ଟେକିନେଇ ଦୁଷ୍କର୍ମ କରିଥିଲା।  ଆଉ ପରେ ପୀଡିତାର ତଣ୍ଟିଚିପି ଅତି ନୃଶଂସ ଭାବେ ହତ୍ୟା କରିଥିଲା।

ନାବାଳିକା ନିଖୋଜ ହେବା ପରେ ତାଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜିଥିଲେ। କିନ୍ତୁ ବିବାହ ମଣ୍ଡପ ନିକଟରେ ଥିବା ଏକ ନିଛାଟିଆ ଘରୁ ପୀଡିତାର ମୃତଶରୀର ଉଦ୍ଧାର କରିଥିଲେ।  ମୃତଶରୀର ନିକଟରେ ଦୁଷ୍କର୍ମକାରୀ ନିଶାସକ୍ତ ଅବସ୍ଥାରେ ପଡ଼ି ରହିଥିଲା।