ଜଘନ୍ୟକାଣ୍ଡ: ଗଣଦୁଷ୍କର୍ମ ପରେ ନାବାଳିକାକୁ ଜୀଅନ୍ତା ଜାଳି ଦେଲେ

ରାଞ୍ଚି: କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ନେଇ ସାରା ଦେଶରେ ଚର୍ଚ୍ଚା ଥମି ନ ଥିବା ବେଳେ ଝାଡ଼ଖଣ୍ଡରୁ ଏପରି ଏକ ଜଘନ୍ୟକାଣ୍ଡର ଖବର ଆସିଛି।   ଛାତ୍ରା ଜିଲ୍ଲାରେ ଜଣେ ନାବାଳିକାକୁ ୪ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ପରେ ତାକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।   ଗୁରୁବାର ରାତିରେ ଘଟିଛି ଏହି ଘଟଣା। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ପରିବାର ଲୋକେ ଯାଇଥିବା ବେଳେ ୪ ଅଭିଯୁକ୍ତ ନାବାଳିକାକୁ ଅପହରଣ କରି ନିଛାଟିଆ ଜାଗାରେ ଗଣଦୁଷ୍କର୍ମ କରିଥିଲେ ।

ଏ ସଂପର୍କରେ ପରିବାର ଲୋକେ ଗାଁ ମୁଖିଆଙ୍କ ପାଖରେ  ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା ଓ ଶହେ ଥର ଲେଖାଏଁ ଉଠ୍ ବସ୍ କରାଯାଇଥିଲା  ଏଥିରେ ଅଭିଯୁକ୍ତମାନେ ଉତକ୍ଷିପ୍ତ ହୋଇ ପୀଡ଼ିତାର ବାପା ମାଆଙ୍କୁ ମାରପିଟ୍‌ କରିଥିଲେ ଓ ନାବାଳିକା ଦେହରେ ନିଆଁ ଲଗାଇ  ଦେଇଥିଲେ।ଜ  ଥାନାରେ ଅଭିଯୋଗ ପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି ।