ଗଣବଳାତ୍କାର ଅଭିଯୋଗରେ ବିଜେପି ବିଧାୟକ ଗିରଫ

ଲକ୍ଷ୍ନୌ: ଉନ୍ନାୱ ଗଣବଳାତ୍କାର ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସିବିଆଇ ଗିରଫ କରିଛି। ଶୁକ୍ରବାର ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଗୁରୁବାର ଦିନ କେନ୍ଦ୍ର ଏହି ମାମଲାରେ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ପୂର୍ବରୁ ହାଇକୋର୍ଟରୁ ତାତ୍ସଲ୍ୟ ହେବା ପରେ ପୋଲିସ୍‌ କୁଲଦୀପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।