କମ୍‌ ସୁଧରେ ମିଳିବ ଋଣ:ରେପୋରେଟ୍‌ ହ୍ରାସ୍‌ କଲା ଆରବିଆଇ

ନୂଆଦିଲ୍ଲୀ:ଋଣ ନେବା ଶସ୍ଥା ହେବ। ଅର୍ଥାତ କମ୍‌ ପ୍ରତିଶତ ସୁଧରେ ବ୍ୟାଙ୍କରୁ ଋଣ ମିଳିବ। ସେହିପରି ଋଣ ପରିଶୋଧ ନେଇ କିସ୍ଥି ଦାଖଲ ମଧ୍ୟ ସହଜ ହେବ। କାରଣ ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ରେପୋରେଟ୍‌ରେ ହ୍ରାସ କରାଯାଇଛି। ୨୫ ବେଶିଶି ପଏଣ୍ଟ ଉପରେ ଆରବିଆଇ ପକ୍ଷରୁ ରେପୋରେଟ୍‌ ହ୍ରାସ କରାଯାଇଛି। ଫଳରେ ଋଣ ଦେବା ପାଇଁ ବେଶ ପଏଣ୍ଟ ୬ ପ୍ରତିଶତକୁ ପହଞ୍ଚି ଯାଇଛି ।  ଆଗରୁ ଏହା ୬.୨୫ ପ୍ରତିଶତ ଥିଲା।

ଆବିଆଇର ମନିଟାଣି ପଲିସ କମିଟି(ଏମପିସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଛି। ମୁଦ୍ରାସ୍ପିତୀ ହାର ହ୍ରାସ ଘଟୁଥିବାରୁ ଦେଶର  ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଆରବିଆଇ ପକ୍ଷରୁ ବିଚାର କରାଯାଥିଲା। ତେଣୁ ବ୍ୟାଙ୍କ କାରବାରକୁ ବଢାଇବା ପାଇଁ ରେପୋରେଟ ହ୍ରାସ କରିବା ପାଇଁ ସ୍ଥିର କରାଯାଇଛି ଆରବିଆଇ ପକ୍ଷରୁ ସ୍ଥିର କରାଯାଛି।  ଶେଷଥର ପାଇଁ ଗତ ବର୍ଷ ଅକ୍ଟୋବର ମାସରେ ରେପୋରେଟ୍‌ ହ୍ରାସ କରାଯାଥିଲା।