ଆରବିଆଇ ଜାରି କଲା ନୂଆ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୂଆ ୫୦୦ ଟଙ୍କିଆ ନୋଟ ଜାରି କାରାଯାଇଛି । ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରୀ ଭାବେ ଘୋଷଣା କରାଯାଇଛି। ନୂଆ ୫୦୦ଟଙ୍କିଆ ନୋଟର ନମ୍ବର ପ୍ୟାନେଲର ଉଭୟ  ପାର୍ଶ୍ୱରେ ‘ଏ’ ଲେଟର ଇନସର୍ଟ ରହିଛି।  ଏଥିସହ ସହିତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜିତ୍ ପଟେଲଙ୍କ ଦସ୍ତଖତ ରହିଛି।   ନୂଆ ୫୦୦ ଟଙ୍କିଆରେ ନୋଟରେ ମହାତ୍ମାଗାନ୍ଧୀଙ୍କ ଫଟୋ ଅପରିବର୍ତ୍ତିତ ରହିଛି।  ତେବେ ପୁରୁଣା ନୋଟରେ  ‘E’ ଶବ୍ଦ ବାହାରକୁ ପ୍ରତିବିମ୍ବ ହେଉଥିବା ସ୍ଥାନରେ ନୂଆ ନୋଟରେ  ‘A’ ଶବ୍ଦ ଦୃଶ୍ୟମାନ ହେବ। ସୂଚନା ଅନୁଯାୟୀ ବିମୁଦ୍ରାକରଣ ପରେ ନିୟମିତ ବ୍ୟବଧାନରେ ୫୦୦ ଏବଂ ୨ ୦୦୦ଟଙ୍କିଆର ରୂପ ବଦଳିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା।