ରେପୋ ରେଟ୍ ଅପରିବର୍ତ୍ତିତ: ଆରବିଆଇର ଆକଳନ ଖସିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ।  ଆଜି ତୈମାସିକ ମୁଦ୍ରା ନୀତି ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି।  ସେହିପରି ରିଭର୍ସ ରେପୋ ରେଟ୍ ବି ୫.୭୫%ରେ ଅପରିବର୍ତ୍ତିତ ରହିଛି।  ତେବେ ଅଭିବୃଦ୍ଧି ହାର ୭.୩%ରୁ ୬.୭%କୁ ଖସିବା ଆକଳନ କରିଛି ବ୍ୟାଙ୍କ।  ମୁଦ୍ରାସ୍ପିତି ମଧ୍ୟ ୪.୨ରୁ ୪.୬% ପର୍ଯ୍ୟନ୍ତ ବଢ଼ିବା ଆକଳନ କରାଯାଇଛି ।  ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆଜି ଘୋଷଣା କରାଯାଇଥିଲା।

ପୂର୍ବରୁ ଗତ ଡିସେମ୍ବର ମାସରେ ରେପୋ ରେଟ୍‌ ବା ଯେଉଁ ସୁଧହାରରେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଟଙ୍କା ପ୍ରଦାନ କରିଥାଏ ତାହା ଅପରିବର୍ତ୍ତିତ ରଖିଥିଲା।

ତେବେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ୭.୧% ରହିବ ବୋଲି କୁହାଯାଇଥିଲା। ହେଲେ ଏହି ଆକଳନକୁ ଆଜି ଆରବିଆଇ ଖଣ୍ଡନ କରିଛି।