ବ୍ୟାଙ୍କ ଋଣ କରିଥିବା ଗ୍ରାହକଙ୍କ ପାଇଁ ନିରାଶଜନକ ଖବର

ନୂଆଦିଲ୍ଲୀ:ବ୍ୟାଙ୍କ ଋଣ କରିଥିବା ଗ୍ରାହକଙ୍କ ପାଇଁ ନିରାଶଜନକ ଖବର। କାରଣ  ଅପରିବର୍ତ୍ତିତ ରହିଲା RBI ରେପୋ ରେଟ୍ ।  ପୂର୍ବଭଳି ରେପୋ ରେଟ ୬ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।   ସେହିପରି ରିଭର୍ସ ରେପୋ ରେଟ୍ ୫. ୭୫ ପ୍ରତିଶତ ରହିଥିବାବେଳେ, CRR ୪ ପ୍ରତିଶତ ଏବଂ SLR ୧୯. ୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। କେନ୍ଦ୍ର ସରକାରଙ୍କ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପରେ ମୁଦ୍ରାନୀତି ନେଇ RBIର ପ୍ରଥମ ସମୀକ୍ଷା ବୈଠକ ବସିଥିଲା।   ତେବେ RBIର ଏହି ନିଷ୍ପତ୍ତି ପରେ, ଋଣ କରିଥିବା ଗ୍ରାହକଙ୍କୁ ନିରାଶ ହେବାକୁ ପଡିଛି।   ବ୍ୟାଙ୍କ ଋଣ କରିଥିବା ଉପଭୋକ୍ତାଙ୍କ EMIରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ।

ମୁଖ୍ୟତଃ ଋଣ ନେଇଥିବା ଗ୍ରାହକଙ୍କୁ ଏହା ନିରାଶ କରିଛି । ଅର୍ଥାତ ଇଏମ୍‌ଆଇ ହ୍ରାସ ହେବନି । ସେମାନଙ୍କୁ ପୂର୍ବଭଳି କିସ୍ତି ଗଣିବାକୁ ପଡ଼ିବ। ମୁଖ୍ୟତଃ ରେପୋ ହାର ଅନୁସାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପମିଆଦୀ ଋଣ ପ୍ରଦାନ କରାଯାଏ। ରିଭର୍ସ ରେପୋ ହାରରେ ବ୍ୟାଙ୍କଗୁଡ଼ିକଠାରୁ ରିଜର୍ଭ ବ୍ୟାଙ୍କ ଋଣ ନେଇଥାଏ। ତେବେ
ଆଗାମୀ ଦିନରେ ଦରଦାମ ନିୟନ୍ତ୍ରଣ ରହିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।