୧୦ ଟଙ୍କିଆ କଏନ ଗୁଜବକୁ ନେଇ ମୁହଁ ଖୋଲିଲା ଆରବିଆଇ, କହିଲା ଏମିତି ୧୪ ପ୍ରକାର କଏନ ବୈଧ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ୧୦ ଟଙ୍କିଆ କଏନ୍‌କୁ ନେଇ ଅନେକ ଗୁଜବ ଉଠୁଛି। ଏହାକୁ ଅଚଳ କହି କେହି କେହି  ନେଉନାହାନ୍ତି। ଫଳରେ  ଲୋକେ ସମସ୍ୟାରେ ପଡ଼ୁଛନ୍ତି।  ଏଭଳି ଅଭିଯୋଗ ବହୁଳମାତ୍ରା ହେବା ପରେ ଏହା ଉପରେ  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର  ସ୍ପଷ୍ଟୀକରଣ ରଖିଛି। ଆରବିଆଇ କହିଛି ଯେ, ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ। ଆରବିଆଇ ପକ୍ଷରୁ ୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ତିଆରି କରାଯାଉଛି।

ଏହା ଲିଗାଲ ଟେଣ୍ଡର ମଧ୍ୟ।  ବର୍ତ୍ତମାନ ବଜାରରେ ଉପଲବ୍ଧ ସମସ୍ତ ପ୍ରକାର ୧୦ ଟଙ୍କିଆ କଏନ  କାରବାର ଉପଯୋଗୀ। ଆରବିଆଇର ଲୋଗୋ ଥାଇ ପ୍ରକାଶ ପାଉଥିବା ୧୦ ଟଙ୍କିଆ କଏନ୍‌ ଗୁଡ଼ିକୁ ଗ୍ରହଣ ପାଇଁ ସମସ୍ତ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଛି ଆରବିଆଇ। ତେବେ ବଜାରରେ ଉଠୁଥିବା ଗୁଜବ ବିଭ୍ରାନ୍ତିକର। ଏହାକୁ ବିଶ୍ୱାଷ ନ କରିବା ପାଇଁ ଆରବିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି।