ନୂଆ ରୂପରେ ଆସିବ ୧୦ ଟଙ୍କିଆ ନୋଟ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ଆର୍‌ବିଆଇ ବଜାରକୁ ଛାଡ଼ିବ ନୂଆ ୧୦ ଟଙ୍କିଆ ନୋଟ୍। ଏହାକୁ ଯେପରି ନକଲ କରାଯାଇପାରିବ ନାହିଁ ସେଥିପାଇଁ ସୁରକ୍ଷା ଫିଚରଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଆର୍‌ବିଆଇ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ୨୦୦୫ ମହାତ୍ମା ଗାନ୍ଧୀ ସିରିଜ୍‌ର ୧୦ ଟଙ୍କିଆ ନୋଟ୍‌ରେ ପରିବର୍ତ୍ତନ କରାଯାଇଛି। ନୋଟ୍‌ର ଉଭୟ ନମ୍ବର ପ୍ୟାନେଲ୍‌ରେ ଇଂରାଜୀ ଅକ୍ଷର ‘L’ ରହିବ। ଏଥିରେ ଆର୍‌ବିଆଇର ନୂଆ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସ୍ୱାକ୍ଷର ରହିବ।

ପ୍ରିଣ୍ଟିଂ ବର୍ଷ ୨୦୧୭ ନୋଟ୍‌ର ପଛ ପାଖରେ ରହିବ। ନୋଟ୍‌ର ଉଭୟ ପ୍ୟାନେଲ୍‌ର ସଂଖ୍ୟାଗୁଡ଼ିକ ବାମରୁ ଡାହାଣକୁ ଛୋଟରୁ ବଡ଼ କ୍ରମରେ ରହିବ।