ଇଣ୍ଟରନେଟ୍‌ରେ ଛାଇ ଯାଇଥିବା ଏହି କୌତୁକିଆ ବ୍ୟକ୍ତି ଜଣକ କିଏ ଜାଣିଛନ୍ତି?

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଇଣ୍ଟରନେଟ୍‌ରେ ଅନେକ ମଜାଦାର ମିମ୍ସ ଦେଖୁ। ଛୋଟ ଛୋଟ ଭିଡିଓ ହେଉ କିମ୍ବା କାହାର ଫଟୋ ଆକାରରେ ଏଗୁଡ଼ିକ ଦେଖିବାକୁ ଖୁବ ମଜାଦାର। ଏହାକୁ  ନେଇ ଲୋକମାନେ ଟ୍ରୋଲ କରିବା ବି ଆରମ୍ଭ କରିଦିଅନ୍ତି। ଏଇ ଯେମିତି ଆପଣ ଅନେକ ସମୟରେ କାହାକୁ ବ୍ୟଙ୍ଗ କରୁଥିବା ବେଳେ ଜଣେ ହସୁଥିବା ବ୍ୟକ୍ତିର ଫଟୋ ଛାଡ଼ି ଦେଇ ତାଙ୍କୁ ଟିକେ ଚିଡ଼େଇ ଦିଅନ୍ତି। ସେ ପୁଣି ନିର୍ଦ୍ଦିଷ୍ଟ ଏକ ଚେହେରା ଥିବା ଛବି।  ଏହି ଫଟୋଟି ଏବେ  ଇଣ୍ଟରନେଟ୍‌ରେ ବେଶ୍‌ ଲୋକପ୍ରିୟ। ତେବେ ଏଇ ହସୁଥିବା ବ୍ୟକ୍ତି ଜଣକ କିଏ ? ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଥିବା ଏମିତି କିଛି ବ୍ୟକ୍ତିଙ୍କ ବିଷୟରେ।

ଏହି ଫଟୋଟି ମିମ୍ସ ଦୁନିଆର ସବୁଠାରୁ ଲୋକପ୍ରିୟ ଚେହେରା। ଫଟୋଟିକୁ ଇଣ୍ଟରନେଟ୍‌ରେ ସମସ୍ତେ ଦେଖିଥିବେ ନିଶ୍ଚୟ। ଇଏ ହେଲେ ୟାଓ ମିଙ୍ଗ୍। ସେ ଚୀନର ପୂର୍ବତନ ବାସ୍କେଟ ବଲ୍‌ ଖେଳାଳି। ଥଟା କିମ୍ବା ମଜାକ ଉଡ଼ାଇଲେ ମେସେଜ ମାଧ୍ୟମରେ ହି ଫଟୋଟିର ବ୍ୟବହାର ହୋଇଥାଏ।

ଅଲମ୍ପିକର ରେଡ୍‌ ଗାର୍ଲ-ଲଣ୍ଡନ ୨୦୧୨

ଏହି ଫଟୋଟି ହେଉଛି ରେଡ ଗାର୍ଲ ଭାବେ ଚର୍ଚ୍ଚିତ ନାଗେନ୍ଦ୍ରଙ୍କର। କଥାଟା ହେଲା ୨୦୧୨ରେ ଲଣ୍ଡନ ଅଲମ୍ପିକ୍‌ ସେରିମନିରେ ଶୁସିଲ୍ କୁମାରଙ୍କ ପଛରେ ଲାଲ୍‌ ଜ୍ୟାକେଟ୍‌ ଓ ନୀଳ ରଙ୍ଗର ଜର୍ସି ପିନ୍ଧି ଛିଡ଼ା ହୋଇଥିଲେ ଏହି ଯୁବତୀ। ଏହି ସମୟରେ କଥା ଉଠିଲା ଯେ, ବାହାର ଲୋକଙ୍କୁ ଭାରତୀୟ ଦଳରେ ପରେଡ୍‌ରେ ପ୍ରବେଶ କରିବାକୁ ମୌକା କିପରି ମିଳିଲା? ବାସ ଏଇ କଥାକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା। ଏହା ପରେ ଜଣା ପଡ଼ିଲା କି ସେ ହେଉଛନ୍ତି ମାଧୁରାର ଜଣେ ମହିଳା, ନାଁ ତାଙ୍କର  ନାଗେନ୍ଦ୍ର। ସେ ଓପନିଂ ସେରିମନିରେ ଡ୍ୟାନ୍ସ ଗ୍ରୁପରେ ଜଣେ ସଦସ୍ୟା ଥିଲେ। ଏହାପରଠାରୁ ତାଙ୍କ ଫଟୋ ଏଡିଟ୍‌ କରି ସମସ୍ତଙ୍କ ପାଖରେ ଛିଡ଼ା କରାଗଲା।

ଏହି ଫଟୋଟିକୁ ନେଇ କିପରି ମିମ୍ସ ତିଆରି କରାଯାଇଛି ଦେଖନ୍ତୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ପଛରେ ଛିଡ଼ା ହୋଇଛନ୍ତି ଏହି ଯୁବତୀ।

ଏବେ ଏହି ଫଟୋକୁ ଦେଖନ୍ତୁ। ଇଣ୍ଟରନେଟ୍‌ରେ ଏହି କୁନି ପିଲାଟିର ଫଟୋ ପ୍ରାୟ ସମସ୍ତେ ଦେଖିଥିବେ। ଆଉ ସାଙ୍ଗମାନଙ୍କୁ ପଠାଇ ମଧ୍ୟ ଥିବେ। ତେବେ ଜାଣିଛନ୍ତି ଇଏ କିଏ ? ଏ ମହାଶୟ ହେଲେ ସୈମୀ। ଲେନୀ ଗ୍ରାଇନର ୨୦୦୭ରେ ଏହି ଫଟୋ ଉଠାଇଥିଲେ। ବାସ୍‌ ଏହାପରଠାରୁ ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଲା। ଏହାକୁ ସାଙ୍ଗମାନଙ୍କ ପାଖକୁ ପଠାଇ ମଜା ନିଅନ୍ତି ଲୋକେ।